ନୋଡାଲ ଅଧିକାରୀ ,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବେଗୁନିଆ ବ୍ଲକ୍ ପରିଦର୍ଶନ ଓ ସମୀକ୍ଷା

ଖୋର୍ଦ୍ଧା,(୧୧/୦୯):- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ଯୋଜନା ର ଅନୁଧ୍ୟାନ ଓ ଶୈଖିକ କାର୍ଯ୍ୟକ୍ରମ ର ତଦାରଖ ଓ ଶିକ୍ଷା ର ବିକାଶ ନିମନ୍ତେ ବିଭାଗ ର ନିର୍ଦ୍ଦେଶ ଅନୁଯାୟୀ ଯୁଗ୍ମ ନିର୍ଦେଶିକା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ , ମୌସୁମୀ ସାହୁ ବେଗୁନିଆ ବ୍ଲକ୍ ପରିଦର୍ଶନ ରେ ଆସି କଣ୍ଟାବାଡ଼ ସ୍ଥିତ ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚି ବିଦ୍ୟାଳୟ ର  ପରିବେଶ, ଡିଜିଟାଲ ଶ୍ରେଣୀ ଗୃହ, ପାଠାଗାର, ବିଜ୍ଞାନଗ।ର ଓ ବିଭିନ୍ନ ଦସ୍ତାବିଜ୍ ନିରୀକ୍ଷଣ କରି ସନ୍ତୋଷ ବ୍ୟକ୍ତ କରିଥିଲେ ।



ଏହି ଅବସରରେ ନିଜେ ନୋଡାଲ ଅଧିକାରୀ ମଧ୍ୟାହ୍ନ ଭୋଜନ ର ମାନ ପରୀକ୍ଷଣ ପୂର୍ବକ ଏହା ସ୍ଵାଦିଷ୍ଟ ଥିଲା ବୋଲି ମତାମତ ଦେଇଥିଲେ ।

ନୋଡାଲ ଅଧିକାରୀ ଙ୍କ ଗସ୍ତ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା, ଖୋରଧା ସୋନାମିକା ରାୟ, ବ୍ଲକ୍ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ବରିଷ୍ଠ ବୈଷୟିକ ପରାମର୍ଶ ଦାତା ଦେବଦତ୍ତ ମହାନ୍ତି, କନିଷ୍ଠ ବୈଷୟିକ  ପରାମର୍ଶ ଦାତା ପ୍ରିୟବ୍ରତ ପରିଡ଼ା,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବର୍ଣାଳୀ ପୁସ୍ତିକା ର ନିୟମିତ ଅଭ୍ୟାସ ଓ ପ୍ରସ୍ତାବ ବାକ୍ସ ର ବ୍ୟବସ୍ଥା କରିବା ପାଇଁ ପ୍ରଧାନ ଶିକ୍ଷକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।



ଅପରାହ୍ନ ରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଜିଲ୍ଲା ର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଛାତ୍ର ଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ ତଥା ବିଦ୍ୟାଳୟ ଭିତ୍ତିଭୂମି ର ଉନ୍ନତି ସହିତ ଆସୁଥିବା ଅନୁଦାନ ର ସଦୁପଯୋଗ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୟ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *