ଏନ୍‌ଏଲ୍‌ଏସ୍‌ପିପିଏଲ୍  ର ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା, (୧୧/୯): – ବେଗୁନିଆ ତହସିଲ ଅନ୍ତର୍ଗତ ସାରୁଅ-ଜୟମଙ୍ଗଳ ଶିଳ୍ପାଞ୍ଚଳରେ ଅବସ୍ଥିତ ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍ ଆଣ୍ଡ୍ ପାୱାର୍ ପ୍ରା ଲିଂ ଓ ନ୍ୟୁ ଲକ୍ଷ୍ମୀ ଇଣ୍ଡଷ୍ଟ୍ରି ପ୍ରା ଲିଂ ସମିଶ୍ରଣ ଘଟି ମେସର୍ସ ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍ ଆଣ୍ଡ୍
ଉପ-ଜିଲ୍ଲାପାଳ କିଶୋର କୁମାର ପଣ୍ଡା, ବେଗୁନିଆ ତହସିଲଦାର ତାପସ କୁମାର ବିଶି, ଭୁବନେଶ୍ଵର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ ଶୋଭନ କୁମାର ଗିରି, କମ୍ପାନିର ବରିଷ୍ଠ ପରିଚାଳକ (ମାନବ ସମ୍ବଳ)ଜନଶୁଣାଣିରେ ଯୋଗଦେଇଥିଲେ ।



ନୂତନ କମ୍ପାନି ନିମନ୍ତେ ଆବଶ୍ୟକ ଅତିରିକ୍ତ ଜମି ନିମେନ୍ତ ଆଜି ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି! ସରୁଅ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମ୍ପାନୀ ର ବରିଷ୍ଠ ପରିଚାଳକ (ମାନବ ସମ୍ବଳ) ଶୁଭ୍ରାଂଶୁ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସରପଞ୍ଚ ରଞ୍ଜିତା ମହାଭୋଇଙ୍କ ତତ୍ତ୍ବାବଧାନରେ ଏହି ଜନଶୁଣାଣି ଶିବିରଟି ଅନୁଷ୍ଠିତ ହୋଇଥିଲା । ସଂସ୍ଥାରେ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି, ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରଖାନା, ମାଗଣାରେଆମ୍ବୁଲାନ୍ସ ସେବା, ଗ୍ରୀଷ୍ମଋତୁରେ ଜଳକଷ୍ଟ ଲାଘବ ପାଇଁ ପାନୀୟଜଳ ଚାରା ରୋପଣ ଓ ପ୍ରଦୂଷଣ ନିୟନ୍ତ୍ରଣ ଯୋଗାଣ, ରାସ୍ତାଘାଟ ମରାମତି, ବାସିନ୍ଦାମାନେ ଦାବି ରଖିଥିଲେ |

Advertisement

  ସ୍ଥାନୀୟ ଜନ ସାଧାରଣ ଙ୍କ ପକ୍ଷରୁ ମଧ୍ୟ ସମସ୍ତ ଦାବିକୁ ପୂରଣ କରିବା ପାଇଁ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଦୂଷଣ କ୍ଷେତ୍ର ରେ କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ  ଜନସାଧାରଣ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ର ବହୁ ଜନ ସଧାରଣ ଯୋଗଦେଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *