ଖୋର୍ଦ୍ଧା-୧୦/୦୯– ଅଲ ଓଡିଶା ଠିକାଦାର ସଙ୍ଘ ଏବଂ ଅଲ ଓଡିଶା ଠିକାଦାର କଲ୍ୟାଣ ସଙ୍ଘ ର ଏକ ଗୁରୁତ୍ୱପୂର୍ଣ ବୈଠକ ଦିଲ୍ଲୀପ କୁମାର ଜେନା ଙ୍କ ସଭାପତିତ୍ୱ ରେ ହୋଟେଲ ସମ୍ରାଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଖୋର୍ଦ୍ଧା ଜିଲ୍ଲାର ଠିକାଦାରମାନଙ୍କୁ ଏକତ୍ରିତ କରିବା ଏବଂ ସଂଘର ବିଭିନ୍ନ ଦାବି ଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ।ସଙ୍ଘ ପକ୍ଷରୁ ସମସ୍ତଙ୍କୁ ନିର୍ଦ୍ଧାରିତ ଦରରେ ଟେଣ୍ଡର ଦେବାକୁ ଅନୁରୋଧ କରାଯାଇଥିଲା l କାରଣ ୨୦୨୨ ପରଠାରୁ ଦର ରେ କୌଣସି ସଂଶୋଧନ କରାଯାଇନାହିଁ। ନୂତନ ସରକାର ବାହାର ଠିକାଦାରଙ୍କୁ ସ୍ଥାନୀୟ ଅଞ୍ଚଳ ରେ କାର୍ଯ୍ୟ କରିବାକୁ ଅନୁମତି ନଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରି ନାହାଁନ୍ତି, ଏବେ ଵି ବାହାର ଠିକାଦାର ସ୍ଥାନୀୟ ଅଞ୍ଚଳ ରେ କାର୍ଯ୍ୟ କରୁଛନ୍ତି l ଅନ୍ୟ ଦାବି ଗୁଡିକ ମଧ୍ୟରୁ ମାନକ ବିଡିଂ ଡକ୍ୟୁମେଣ୍ଟ ଗଠନ, ୨୦୧୨-୨୦୧୯ ପର୍ଯ୍ୟନ୍ତ ଏସକେଲେସନ୍ ବିଲ୍ ପ୍ରଦାନ, ପ୍ରତିବର୍ଷ ଦର ସୂଚୀର ସଂଶୋଧନ – ୧୪.୯୯ କମ୍ ଟେଣ୍ଡର ପ୍ରିମିୟମ୍ ହାର ଉଚ୍ଛେଦ ଉପରେ ବିସ୍ତୃତ ଭାବରେ ଏହି ବୈଠକ ରେ ଆଲୋଚନା ହୋଇଥିଲା l ଏ ସମସ୍ତ ଦାବୀ ଗୁଡିକ ଯଥାଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ସଙ୍ଘ ସାରା ରାଜ୍ୟରେ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା l

ଏହି ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ଅଲ ଓଡିଶା ଠିକାଦାର କଲ୍ୟାଣ ସଙ୍ଘ ର ସଭାପତି ଜଗଦୀଶ ପାତ୍ର, ସମ୍ପାଦକ ଚିନ୍ମୟ କୁମାର ସ୍ୱାଇଁ, ସୁରେନ୍ଦ୍ର ପ୍ରଧାନ, ଚିତ୍ତ ନାୟକ, ଅଶୋକ ତରାଇ, ପ୍ରଭାଞ୍ଜନ ସେନାପତି, ନିଲୁ ଚକ୍ରବର୍ତ୍ତୀ ଏବଂ ସଙ୍ଘ ର ଷାଠିଏ ରୁ ଉର୍ଦ୍ଧ୍ୱ ସଦସ୍ୟ ଉପସ୍ଥିତ ଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now