୪୨ଗ୍ରାମ ବ୍ରାଉନସୁଗର ଜବତ; ୩ଗିରଫ

ଖୋର୍ଦ୍ଧା,୯ା୯:- ଶିଳ୍ପାଂଚଳ ଥାନା ପୁଲିସ ମଠସାହି ଜାଗେଶ୍ୱରୀ ମନ୍ଦିର ନିକଟରେ ଚଢଉ କରି ଜଣେ ବେପାରୀ ସମେତ ୩ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ପୁଲିସ ୪୨.୨୧ଗ୍ରାମ ବ୍ରାଉନସୁଗର ସମେତ ନଗଦ ସାଢେ ୪ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ୍ ଏବଂ ଆକ୍ଟିଭା ସ୍କୁଟି କୁ ପୁଲିସ ଜବତ କରିଛି । ଜବତ ବ୍ରାଉନସୁଗର ର ମୂଲ୍ୟ ୪ଲକ୍ଷ ୨୦ହଜାରରୁ ଉର୍ଦ୍ଧ ହେବ ବୋଲି ଥାନା ପରିସରରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି ।

ଜିଲ୍ଲା ରେ ବ୍ରାଉନସୁଗରର ମୂଳପୋଛ କରିବା ଲାଗି ପୁଲିସ ପଦକ୍ଷେପ ଜାରୀ ରଖିଛି । ଏନେଇ ବଛାବଛା ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବାବେଳେ ଏହି ଟିମ୍ ବିଭିନ୍ନ ସମୟରେ ଅନେକ ସ୍ଥାନରେ ଚଢଉ ଜାରୀ ରଖିଥିବା ଏସପି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଏସଡିପିଓ ଅନୀଲ ମହାନ୍ତି, ଭାରପ୍ରାପ୍ତ  ଥାନା ଅଧିକାରୀ ବାସୁଦେବ ଜୟସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *