ଖୋର୍ଦ୍ଧା :- ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ପଞ୍ଚାୟତ ସ୍ଥିତ ବିଶ୍ଵ ପ୍ରସିଦ୍ଧ ସ୍ବାସ୍ଥ୍ୟ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମ ପ୍ରସବଣ ର ପ।ନ୍ଥ ନିବାସ ଠାରେ କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।

ଜାତୀୟ କଂଗ୍ରେସ ତୃଣମୂଳ ସ୍ତରରୁ କର୍ମୀମାନଙ୍କର ମତାମତ ଭିତ୍ତିରେ ସଭାପତି ଚୟନ କାର୍ଯ୍ୟକ୍ରମ ଆରମ୍ଭ କରିଛି । କଂଗ୍ରେସ ର ଉପସ୍ଥିତ ନେତୃତ୍ୱ ମାନଙ୍କ କହିବା ଅନୁଯାୟୀ ଯେ ପ୍ରତ୍ୟେକ ପଞ୍ଚାୟତ ର କର୍ମୀମାନେ ହିଁ ତାଙ୍କର ସଭାପତି ବାଛିବେ ।

ଉକ୍ତ ସଭାରେ ନବ ନିଯୁକ୍ତ ଖୋରଧା ଜିଲ୍ଲା କଂଗ୍ରେସ ପ୍ରଭାରୀ ବିମଲ ସାହା , ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ,ବେଗୁନିଆ କଂଗ୍ରେସ ବିଧାୟକ ପ୍ରାର୍ଥୀ ପୃଥ୍ବୀବଲ୍ଲଭ ପଟ୍ଟନାୟକ , କଂଗ୍ରେସ ନେତା ସଦାଶିବ ମହାପାତ୍ର ଓ ୨୧ ଟି ପଞ୍ଚାୟତ ରୁ ସାମିଲ ହେଲେ ବହୁ ମହିଳା ଓ ପୁରୁଷ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now