ଚାଲିଛି ବ୍ଲକ୍ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା

ଖୋର୍ଦ୍ଧା :- ବେଗୁନିଆ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବେଗୁନିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି ।

ବ୍ଲକ୍ କୁ ଚାରୋଟି ଜୋନ କଣ୍ଟାବାଡ, ବେଗୁନିଆ, ପରିଛଲ୍, ସିକୋରେ ବିଭକ୍ତ କରି ପ୍ରତିଯୋଗିତା ଆୟୋଜନ କରି କୃତି ପ୍ରତିଯୋଗୀଙ୍କୁ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ରେ ସାମିଲ ହୋଇଛନ୍ତି ।

ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ରେ ଯୋଗ୍ୟ କୃତି ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗନେବେ । ଏହି ପ୍ରତିଯୋଗିତା ଚାରିଦିନ ଧରି ଚାଲିବ । ପ୍ରତ୍ୟେକ ଦିନ ବିଭିନ୍ନ ଇଭେଣ୍ଟ ଯଥା ଭଲି ବଲ, କବାଡି, ଫୁଟବଲ, କ୍ରିକେଟ, ଅଥଲେଟିକ ଓ ଖୋ ଖୋ ଆଦି ଅନୁଷ୍ଠିତ ହେବ ବୋଲି ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ଗୋପବନ୍ଧୁ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ସହ ଶିକ୍ଷା ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଖେଳ ଶିକ୍ଷକ ଯୋଗଦେଇ ପରିଚାଳନା ରେ ସହଯୋଗ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *