ଆମରି ସତ୍ୟ ର ପଞ୍ଚଦଶ ବାର୍ଷିକ ଉତ୍ସବ
ଖୋର୍ଦ୍ଧା, (୦୧/୦୯) :- ଖୋର୍ଦ୍ଧାରୁ ପ୍ରକାଶ ପାଉଥିବା ମାସିକ ମୂଲ୍ୟବୋଧଭିତ୍ତିକ ପତ୍ରିକା ‘ଆମରିସତ୍ୟ’ର ପଞ୍ଚଦଶ ବାର୍ଷିକ ଉତ୍ସବ ଖୋର୍ଦ୍ଧା ସ୍ୱୟଂଶାସିତ ପ୍ରାଣନାଥ ମହାବିଦ୍ୟାଳୟ ମୈତ୍ରୀଭବନ ପରିସରରେ ଆମରିସତ୍ୟର ସଂପାଦକ ଡ.ପ୍ରସନ୍ନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ଡ: ପ୍ରମୋଦ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ଦେଇଥିଲେ । ଐତିହାସିକ ସତ୍ୟବାଦୀ ବଳୀୟାରସିଂହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ନିର୍ଦେଶକ ରମେଶ ଚନ୍ଦ୍ର ମହାପାତ୍ର ବାର୍ଷିକ ବିବରଣୀ ପାଠକରିଥିଲେ । ଆମରିସତ୍ୟ ବିକାଶ ପରିଷଦର ସଂପାଦକ ଆଦିନାରାୟଣ ଖଣ୍ଡୁଆଳପରିଷଦର ବାର୍ଷିକ କାର୍ଯ୍ୟକ୍ରମଗୁଡିକ ବିଷୟରେ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ରୂପେ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଯୋଗଦେଇ ପାଠକଙ୍କ ସଦିଚ୍ଛା ଓ ସହଯୋଗକ୍ରମେ ଦୀର୍ଘ ପନ୍ଦର ବର୍ଷ ଧରି ପତ୍ରିକା ନିରନ୍ତର ପ୍ରକାଶ ପାଉଛି ବୋଲି ମତବ୍ୟକ୍ତ କରିଥିଲେ, ପଠାଣି ସାମନ୍ତ ପ୍ଲାନିଟୋରିୟମ ପ୍ରାକ୍ତନ ନିର୍ଦେଶକ ଡ: ପ୍ରହ୍ଲାଦ ନାୟକ ଜ୍ୟୋତର୍ବିଜ୍ଞାନ ଓ ବର୍ତ୍ତମାନର ବିଜ୍ଞାନ ମଧ୍ୟରେ ଏକ ତୁଳନାତ୍ମକ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ସୁଭାଷ ଚନ୍ଦ୍ର ଶତପଥୀ ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ପତ୍ରିକାର ଯୁଗେ ଯୁଗେ ଗୁରୁତ୍ୱ ରହି ଆସିଛି ବୋଲି କହିଥିଲେ । ଆସାମର ଗ୍ରାମାଞ୍ଚଳରୁ ପ୍ରକାଶ ପାଉଥିବା ଗୋଟିଏ ମୂଲ୍ୟବୋଧ ପତ୍ରିକାର ଉଦାହରଣ ଦେଇ ସେ ଯେଭଳି ବହୁଳ ଭାବରେ ବିକ୍ରି ହେଉଛି ଅନୁରୂପ ଭାବେ ଶିକ୍ଷଣୀୟ ମୂଲ୍ୟବୋଧ ପତ୍ରିକା ଆମରିସତ୍ୟର ବହୁଳ ପ୍ରସାର ଲାଭ ହେବବୋଲି ଆଶା ପୋଷଣ କରିଥିଲେ । ସମ୍ମାନିତ ଅତିଥିଭାବେ ଆର୍ଯ୍ୟାବର୍ତ୍ତ ଆନସିଏଣ୍ଟ ଏକାଡେମୀର ଅଧ୍ୟକ୍ଷ ଡ.ଦୀପ୍ତିମୟୀ ମହାନ୍ତି ଆମରିସତ୍ୟ ପତ୍ରିକା ମାନବିକ ମୂଲ୍ୟବୋଧ ସହ ଜଡିତ ବୋଲି କରିଥିଲେ । ସମ୍ମାନିତ ଅତିଥି ଡ. ବିଷ୍ଣୁ ଚରଣ ସାହୁ ଶିକ୍ଷାନୁଷ୍ଠାନମାନଙ୍କରେ ଉଚ୍ଚମାନର ଶିକ୍ଷା,ନୈତିକଶିକ୍ଷା ମାଧ୍ୟମରେ ଶିଶୁ ଭବିଷ୍ୟତରେ ଏକ ଭଲ ମଣିଷ ହୋଇପାରିବ ବୋଲି କହିବା ସହ ଆମରିସତ୍ୟ ଏକ ପତ୍ରିକା ଯାହା ପିଲାଙ୍କ ପାଇଁ ନିହାତି ଆବଶ୍ୟକ ବୋଲି ମନ୍ତବ୍ୟ ଦେଇଥିଲେ । ସମ୍ମାନିତ ଅତିଥି ସାଲେପୁର କଲେଜର ପ୍ରାକ୍ତନ ପ୍ରଧ୍ୟାପକ ଡ: ପ୍ରସନ୍ନ କୁମାର ମହାପାତ୍ର ଆତ୍ମା ସତ୍ୟ ଓ ଶରୀରର ଅନିତ୍ୟତା ସମ୍ବନ୍ଧରେ ବର୍ଣ୍ଣନା କରିବା ସହ ମନୁଷ୍ୟର ଉତ୍ତମ କାର୍ଯ୍ୟ ସଦା ପ୍ରଶଂସନୀୟ ବୋଲି ମନ୍ତବ୍ୟ ଦେଇଥିଲେ ।

ଆମରିସତ୍ୟ’ ପକ୍ଷରୁ ସାହିତ୍ୟ ଗବେଷକ ତ୍ରିଲୋଚନ ମହାପାତ୍ରଙ୍କୁ ‘ଆମରିସତ୍ୟ ସମ୍ମାନ’, ବିଶିଷ୍ଟ ସ୍ତମ୍ଭକାର ଗାଳ୍ପିକ ସୁନୀଲ ବୋଷଙ୍କୁ ‘ଆମରିସତ୍ୟ ସାରସ୍ୱତ ସମ୍ମାନ’ ଓ ସଙ୍ଗୀତଜ୍ଞ ବିଚିତ୍ରାନନ୍ଦ ଶାସମଲଙ୍କୁ ‘ଡା ଧନେଶ୍ୱର ସାହୁ ନାଟ୍ୟ ସମ୍ମାନ’ ପ୍ରଦାନ କରାଯାଉଥିଲା । ଏହି ଅବସରରେ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ‘କୁଳପ୍ରଦୀପ ରଘୁ’ ଓ ଜବାହରଲାଲ ସୁବୁଦ୍ଧିଙ୍କ ‘ଅହିଂସାର ପ୍ରତୀକ ବାପୁ’ପୁସ୍ତକ ଉନ୍ମୋଚିତ ହୋଇଥିଲା।
ଆମରିସତ୍ୟ ବିକାଶ ପରିଷଦର ସୁଦର୍ଶନ ମହାପାତ୍ର, ଆଶୀଷ କୁମାର ରାୟ, ଆଦିନାରାୟଣ ଖଣ୍ଡୁଆଳ, ରମାକାନ୍ତ ମିଶ୍ର, ପଦ୍ମନାଭ ପାଣିଗ୍ରାହୀ ପ୍ରଭୃତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଜବାହାରଲାଲ ସୁବୁଦ୍ଧିଙ୍କ ସଂଯୋଜନାରେ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ , ମାର୍ଗଦର୍ଶି ସଂପାଦକ ଉମାଶଙ୍କର ପ୍ରସାଦ , ଡ. ସରୋଜକାନ୍ତ ଚୌଧୁରୀ , ଡ. ଭାବଗ୍ରାହୀ ବିଶ୍ୱାଳ , କିଶୋର ପାଇକରାୟ, କାଶୀନାଥ ଦାସ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଶିକ୍ଷାବିତ୍ ଶ୍ରୀ ବ୍ରଜବନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ କବିତା ପାଠ କାର୍ଯ୍ୟକ୍ରମ ଡ. ଶରଚ୍ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱ ଏବଂ ବିଭୁ ପ୍ରସାଦ ହରିଚନ୍ଦନ, ନିଶିକାନ୍ତ କହଲସିଂ, ପଦ୍ମନାଭ ପାଣିଗ୍ରାହୀ, ସମରଜିତ୍ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ମହାରଣା ଅଧ୍ୟାପିକା ସୌଦାମିନୀ ବେହେରା,ଡ ସୁକାନ୍ତି ମହାପାତ୍ର ଓ ଆରତି ସେନ ପ୍ରଭୃତି ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ କାଶୀନାଥ ଦାସ , ଡ.ସୁକାନ୍ତି ମହାପାତ୍ର. ଟି ଅକ୍ଷୟ କୁମାର , ସୁରେଶ ସ୍ୱାଇଁ , କିଶୋର ପାଇକରାୟ , ସୌମ୍ୟ ରଞ୍ଜନ ଦାଶ, ମନୋରମା ପାଢୀ ସହଯୋଗ କରିଥିଲେ । ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now