ଆସ ସ୍କୁଲ ଯିବା, ଏକ ଅଭିନଵ ପ୍ରୟାସ

ଖୋର୍ଦ୍ଧା :- ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କୁରାଢମଲ୍ଲ କ୍ଲଷ୍ଟର ଦ୍ଵାରା ରାଜ୍ୟ ସରକାରଙ୍କର ଏକ ଅଭିନଵ ପ୍ରୟାସ ‘ଆସ ସ୍କୁଲ ଯିବା ‘କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ଓ ବ୍ଲକ ଶିକ୍ଷାଧିକାରିଣୀ  ଙ୍କର ମାର୍ଗଦର୍ଶନ ରେ କ୍ଲଷ୍ଟର ର ସି. ଆର. ସିସି ମନୋଜ ଦାଶଙ୍କ ପ୍ରଚେଷ୍ଟାରେ ଅଧାରୁ ପାଠ ଛାଡ଼ିଥିବା ଏବଂ ଆଦୌ ନାମ ଲେଖାଇନଥିବା (୬ -୧୪)ବର୍ଷ ବୟସର ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରାଇବା ନିମନ୍ତେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା. ଘରକୁ ଘର ବୁଲି ପିତାମାତା ତଥା ଅଭିଭାବକମାନଙ୍କୁ ସଚେତନ କରାଇ ଛାତ୍ରଛାତ୍ରୀ ମାନଙ୍କୁ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟମାନଙ୍କରେ ନାମ ଲେଖା ମାଧ୍ୟମରେ ମୁଖ୍ୟସ୍ରୋତରେ ସାମିଲ କରାଯାଇଥିଲା । କ୍ଲଷ୍ଟରରେ ଚିନ୍ହିତ ହୋଇଥିବା (୬-୧୪)ବର୍ଷ ବୟସର ଛବିଶ ଜଣ ପିଲାଙ୍କ ମଧ୍ୟରୁ ସତର ଜଣ ପିଲାଙ୍କୁ ବର୍ତ୍ତମାନ ସୁଦ୍ଧା ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିଛି. ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ବୁଦ୍ଧିଜିବୀ ତଥା କ୍ଲଷ୍ଟରର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସାମିଲ ହୋଇଥିଲେ. ନୂତନ ଭାବେ ଯୋଗଦାନ କରିଥିବା ସି. ଆର.ସି. ସି ଶ୍ରୀ ଦାଶଙ୍କ ଏହି ପ୍ରଚେଷ୍ଟାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି.

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *