ଖୋର୍ଦ୍ଧା,୧୬ା୮: ଏକ ବଡ ଧରଣର ଡକାୟତି ଯୋଜନା କୁ ପଣ୍ଡ କରିଛି ଖୋର୍ଦ୍ଧା ସଦର ଥାନା ପୁଲିସ । ସଦର ଥାନା ଅନ୍ତର୍ଗତ ଡକାୟତି ପୂର୍ବରୁ ଦଧିମାଛଗାଡ଼ିଆ ଖେଳ ପଡିଆରୁ ୪ ଜଣ ଧରା ପଡ଼ିଲେ । ସେମାନଙ୍କ ଠାରୁ ୪ଟି ପିସ୍ତଲ, ଜୀବନ୍ତଗୁଳି ସ୍କୁଟି ଓ ମୋବାଇଲ୍ ଫୋନ୍ କୁ ପୁଲିସ ଜବତ କରିଛି । ଗିରଫମାନେ ହେଲେ ଆଦର୍ଶଥାନା ଅନ୍ତର୍ଗତ ପଲ୍ଲା ର ମନୋଜ କୁମାର ସାହୁ (୨୫), ଖୋର୍ଦ୍ଧା ବକ୍ସିଲେନ୍ ର ସୁନିଲ କୁମାର ସାହୁ (୨୫), ସଦରଥାନା ଅଧିନ କଦଳୀବାଡି ର ସଦାଶିବ ପ୍ରଧାନ ଓରଫ ଧଣ୍ଡ(୩୪) ଓ ନୟାପଲ୍ଲୀ ଥାନା ଅଂଚଳ ର ଧନଞ୍ଜୟ ନାୟକ (୩୩) ।

ପ୍ରକାଶ ଥାଉକି, ଦଧିମାଛଗାଡିଆ ଖେଳପଡିଆଠାରେ ୫ଜଣ ଯୁବକ ଏକାଠି ବସି କିଛି ଯୋଜନା କରୁଥିବା ପୁଲିସ ବିଶେଷସୂତ୍ରରୁ ଖବର ପାଇଥିଲା । ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁଙ୍କ ତତ୍ୱାଧାନରେ ଏକ ଟିମ୍ ଗଠନ କରାଯାଇଥିଲା ।ଏହି ଟିମ୍ ସେଠାରେ ଚଢଉ କରି ୫ ଜଣଙ୍କ ମଧ୍ୟରୁ ୪ ଜଣକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ଡକାୟତି ପାଇଁ ରଖିଥିବା ହତିଆର କୁ ପୁଲିସ ଜବତ କରିଛି । ଅଭିଯୁକ୍ତମାନେ ରାମେଶ୍ୱର ଓ ଟାଙ୍ଗୀ ପେଟ୍ରୋଲ ପମ୍ପରେ ଡ଼କାୟତି କରି ଏନଏଚ୍-୨୩ ଦ୍ୱାରା ଆନ୍ଧ୍ର ପ୍ରଦେଶକୁ ପଳାଇବାକୁ ଯୋଜନା କରିଥିବା ପୁଲିସ ଜାଣିବାକୁ ପାଇଛି । ଏହି ଘଟଣାରେ ପୁଲିସ ୨୪୭/୨୫ରେ ଏକ ମାମଲା ରୁଜୁ କରି ଗିରଫ ୪ଜଣଙ୍କୁ କୋର୍ଟ ଚାଲାଣ କରିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now