ନିରାକାରପୁର ରେ ୧୫୦୦ ଫୁଟ ଲମ୍ବ ର ତୀରଙ୍ଗା  ଯାତ୍ରା

ଖୋର୍ଦ୍ଧା :- ଆସନ୍ତା କାଲି ଦେଶରେ ୭୯ତମ ସ୍ବାଧିନତା ଦିବସ ପାଳନ ହେଵ ।ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଛାତ୍ର ଛାତ୍ରୀ ମାନେ ୧୫୦୦ ଫୁଟ ଲମ୍ବର ତ୍ରିରଙ୍ଗା ପତାକା ଧରି ନଗର ପରିକ୍ରମା କରିଥିଲେ ।ନଗର ପରୀକ୍ରମ  ସମୟରେ  ସ୍ଥାନୀୟ  ଜନ ସାଧାରଣ ପୁଷ୍ପ  ବର୍ଷା କରି
ମହାବିଦ୍ୟାଳୟରଛାତ୍ରଛାତ୍ରୀ ,ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ସ୍ଵାଗତ କରିଥିଲେ। ମହାବିଦ୍ୟାଳୟ ର ଏକ ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଙ୍କ ସହିତ ଶତାଧିକ କର୍ମଚାରୀ ସାମିଲ ହୋଇଥିଲେ ।

ଏହି ତ୍ରିରଙ୍ଗା ଶୋଭାଯାତ୍ରା କଲେଜ ପରିସରରୁ ବାହାରି କଲେଜ ଛକ, ସୃଜନ ବିହାର, ପଦ୍ମପୁର, ଆର୍ଯ୍ୟ ବିହାର, ନିରାକାରପୁର ଥାନା ଦେଇ ଗେଟ ବଜାର ପରିକ୍ରମା କରି ପୁନର୍ବାର କଲେଜ କୁ ପ୍ରତ୍ୟାବର୍ତ୍ତନ କରିଥିଲେ।୧୫୦୦ ଫୁଟ ର ତ୍ରିରଙ୍ଗା ଧରି ଶୋଭାଯାତ୍ରା ଟି ଯାଉଥିବାବେଳେ ବ୍ୟବସାୟୀ ଓ ସାଧାରଣ ଲୋକମାନେ ସ୍ବାଗତ ଜଣାଇବା ସହିତ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ଜାତୀୟ ପତାକା ଗ୍ରହଣ କରିଥିଲେ। ଦେଶ ପ୍ରେମର ନାରା ଆଜି ଜନଜୀବନ ଉପରେ ବେଶ ପ୍ରଭାବ ରଖିଛି ବୋଲି ଅଧ୍ୟକ୍ଷା ବ୍ରତତୀ ମିଶ୍ର କହିଥିବାବେଳେ ନିରାକାରପୁର ଆଇଆଇସି ବିଶ୍ୱଜିତ ରାଉତରାୟ ଓ ସବ ଇନ୍ସପେକ୍ଟର ଦିପାଲିଶା ନାୟକ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ରକ୍ଷା କରିବାର ଦାୟିତ୍ଵ ନିର୍ବାହ କରିଥିଲେ। ପରେ ପରେ କଲେଜ ପରିସରରେ ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପୁରସ୍କୃତ ବିତରଣ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *