ଖୋର୍ଦ୍ଧା :- ସରକାରଙ୍କର ଏହା ଏକ ମହାନ୍ ପ୍ରୟାସ ଓ ସମସ୍ତେ ଏହି ଅଭିଯାନରେ ସାମିଲ୍ ହୋଇ କୃମି ନାଶକ ଦିବସକୁ ସଫଳ କରିବା ବୋଲି କୁରାଢିଲ୍ଲୋ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ବନ୍ଦିତା ରଥ ମତବ୍ୟକ୍ତ କରିଥିଲେ l
ତଳଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କୁରାଢିଲ୍ଲୋ ଉପ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଜାତୀୟ କୃମି ନାଶକ ଦିବସ ଅବସରରେ ସଚେତନତା କାର୍ଯକ୍ରମ କରଯାଇଥିଲା l

ବରିଷ୍ଠ ସହକାରୀ ଶିକ୍ଷକ ପ୍ରଭାକର ମହାପାତ୍ରଙ୍କ ଅଧକ୍ଷତାରେ ସ୍ଵାସ୍ଥ୍ୟ ଅଧିକାରୀ ବନ୍ଦିତା ରଥ, ସ୍ଵାସ୍ଥ୍ୟ କର୍ମୀ ରିଲି ନାୟକ, ବରିଷ୍ଠ ପୁରୁଷ ସ୍ବାସ୍ଥ୍ୟକର୍ମୀ ସନ୍ତୋଷ କୁମାର ମହାନ୍ତି, ଶିକ୍ଷକ ଅଖିଳେଶ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃମି ନାଶକ ଔଷଧର ଉପକାରିତା ଓ ସେବନ ସମ୍ଵନ୍ଧରେ ଆଲୋକପାତ କରିଥିଲେ l

ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ଜଗଦ୍ଦେବ,ଶିକ୍ଷୟିତ୍ରୀ ସାଗରିକା ମାଝୀ, ଇପ୍ସିତା ପଣ୍ଡା, ବିଷ୍ଣୁପ୍ରିୟା ପଟ୍ଟନାୟକ ସହଯୋଗ କରିଥିବା ବେଳେ ଆଶା କର୍ମୀ ସାବିତ୍ରୀ ରାଉତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ l

୧ରୁ ୧୯ ବର୍ଷ ପିଲା ଯେଉଁମାନେ ୧୨ ତାରିଖ ଦିନ କୃମି ଔଷଧ ଖାଇ ନ ଥିବେ ସେମାନେ ଆସନ୍ତା ୧୯ ତାରିଖ ଦିନ ନିଶ୍ଚିତ ଖଇବେ ବୋଲି ସ୍ବାସ୍ଥ୍ୟ କର୍ମି ସନ୍ତୋଷ ମହାନ୍ତି କହିଥିଲେ
Subha Khabar is now on Whatsapp
Join and get latest news update delivered to you via whatsapp
Join Now