ହୁତୁହୁତୁ ହୋଇ ରାସ୍ତାରେ ଜଳିଗଲା ୧୦୮ ଆମ୍ବୁଲାନ୍ସ

ଗମ୍ଭାରୀମୁଣ୍ଡା- ରାସ୍ତାରେ ଗଡୁଥିଲା ୧୦୮ ଆମ୍ବୁଲାନ୍ସ । ହଠାତ୍ ଆମ୍ବୁଲାନ୍ସରେ ଲାଗିଲା ନିଆଁ। କିଛି ବୁଝିବା ପୂର୍ବରୁ ସମ୍ପୂର୍ଣ୍ଣ ଜଳିଗଲା ୧୦୮ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସରେ ଥିବା କର୍ମଚାରୀ। 

Advertisement

ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ବାଣପୁର ମୁଖ୍ୟ ରାସ୍ତା ଆୟତପୁର ଠାରୁ ଦେଓଗାଁଁ ମଝିରେ ଥିବା କାଁହୁ ପ୍ରଧାନ ଙ୍କ କୁକୁଡ଼ା ଫାର୍ମ ହାଉସ ଠାରେ ରାସ୍ତାରେ ଜଳିଗଲା 108 ଆମ୍ବୁଲାନ୍ସ… ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସହ ଆଟନଣ୍ଟ ଓ ଫାର୍ମାସିଷ୍ଟ  ଗମ୍ଭାରୀମୁଣ୍ଡରୁ ସି.ଏଚ.ସିରୁ ବାହାରି ରୋଗୀନେବା ପାଇଁ ରାତି ପ୍ରାୟ 3ଟାରେ ପଲଟଣ ପଡିଆ ଆସୁଥିବା ବେଳେ କୋଳଥଡିହ ଛକ  ରାସ୍ତାରେ ଖବର ପାଇଥିଲେ ରୋଗୀ  ଚାଲିଗଲାଣି ବୋଲି l ଅଧା ରାସ୍ତାରୁ ଆମ୍ବୁଲାନ୍ସ ଗମ୍ଭାରୀମୁଣ୍ଡା ଫେରୁଥିବା ବେଳେ l  ହଠାତ ଆମ୍ବୁଲାନ୍ସରୁ ନିଆଁ ସହିତ ପୋଡା ଦୃଗନ୍ଧ  ଆସିଥିଲା ଡ୍ରାଇଭର ଓ ଅନ୍ୟମାନେ ବାହାରକୁ ଆଶି ନିଆଁ ଲିଭାଇବା ନିମନ୍ତେ ଚେଷ୍ଟା କରିବାସହ  ଅଗ୍ନୀ ଶ୍ରମ ବିଭାଗକୁ ଖବର ଦେଇଥିଲେ l

ନିଆଁର ପ୍ରଭାବ ଏତେ ଥିଲାଯେ ଆମ୍ବୁଲାନ୍ସ ଟି ବ୍ରଷ୍ଟ ହୋଇ ଖଣ୍ଡ ବିଖଣ୍ଡିତ ଲୁହା ଖଣ୍ଡାମାନ ପ୍ରାୟ ଦେଢ଼ଶହ ରୁ ଦୁଇଶହ ଫୁଟରେ ପଡିଛି l ଖବର ପାଇ ଗମ୍ଭାରୀମୁଣ୍ଡା ପୋଲିସ ବିଟ ହାଉସ ର ଷ୍ଟାପ ଘଟଣା ସ୍ଥଳରେ  ପହଁଚିଛି I

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *