ସୁଝି ପାରିଲେନି କିସ୍ତି ଟଙ୍କା, ଶାଢ଼ିରେ ନିଆଁ ଲଗାଇ ଜଳିଗଲେ ମହିଳା

ଭୁବନ : ସୁଝି ପାରିଲେନି କିସ୍ତି ଟଙ୍କା । ଦେହରେ ନିଆଁ ଲଗାଇ ଜଳିଗଲେ ମହିଳା । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଢେଙ୍କାନାଳ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁରୁଣା ଥାନା ସମ୍ମୁଖ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁରୁଣା ଥାନା ସମ୍ମୁଖରେ ପାରିବାରିକ କଳହରୁ ନିଆଁ ଲଗାଇ ପୋଡି ହୋଇଯାଇଛନ୍ତି ମହିଳା । ସଂପୃକ୍ତ ମହିଳାଙ୍କ ସ୍ବାମୀ ଜଣେ  ଗାଡି ଚାଳକ ।  ତାଙ୍କର ଗୋଟିଏ ଅଟୋ ଥିଲା । ଆର୍ଥିକ ଅନଟନ ଯୋଗୁ ଏବେ ଅଟୋ ବି ନାହିଁ । ଫଳରେ ଅନ୍ୟ ମାଲିକଙ୍କ ନିକଟରେ  ଟ୍ରକ୍  ଚଲାନ୍ତି । କିଛି ମାସ ହେଲା   ଟ୍ରକ୍‌ରୁ  ମଧ୍ୟ ରୋଜଗାର ନାହିଁ । ରୋଜଗାର ନଥିବାରୁ ସ୍ବାମୀ ଟଙ୍କା ଦେବାକୁ ଅକ୍ଷମ । ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଋଣ ଆଣି ସୁଝି ପାରିନଥିଲେ  ସଂପୃକ୍ତ ମହିଳା । କିସ୍ତି ଟଙ୍କା ସୁଝି ନପାରିବାରୁ ଲୋକଲଜ୍ଜା ଭୟରେ ଶାଢ଼ିରେ ନିଆଁ ଲଗାଇ ଜଳି  ଯାଇଥିଲେ । ତାଙ୍କର ୭ ବର୍ଷର ପୁଅ ଚିତ୍କାର କରି ଡାକିବାରୁ  ପଡ଼ୋଶୀ  ଆସି  ନିଆଁ ଲିଭାଇଥିଲେ ।  ମହିଳାଙ୍କୁ ଚିକିତ୍ସା ପାଇଁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ  କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତରଙ୍କ ସୂତ୍ରରୁ ଜଣାପଡିଛି । ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *