କଟକ , (୦୨/୧୦:)- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବାଙ୍କୀ ବ୍ଲକ ଅନ୍ତର୍ଗତ ପଥୁରୀପଡା ଗ୍ରାମ ସ୍ଥିତ ମୋ ଗାଁଁ ମୋ ବାଙ୍କୀ ଓ ଭୋକିଲାପେଟ ପକ୍ଷରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରରୁ ମୋଟ 21 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ଖୋର୍ଦ୍ଧା ବ୍ଲଡ୍ ବ୍ୟାଙ୍କର ସହଯୋଗରେ ଆୟୋଜିତ ଏହି ଶିବିରରେ ଏହି ଅଞ୍ଚଳର ବହୁ ସ୍ୱେଚ୍ଛାସେବୀ ରକ୍ତଦାତା ଓ ସମାଜସେବୀ ଯୋଗଦେଇ ରକ୍ତଦାନ କରିଥିଲେ।

ଭୋକିଲା ପେଟର ମୋ ଗାଁଁ ମୋ ବାଙ୍କୀ ଖବର କାଗଜର ସମ୍ପାଦକ ସୁଧୀର ଚନ୍ଦ୍ର ନାୟକଙ୍କ ସଂଯୋଜନାରେ କାର୍ଯ୍ୟ ନିର୍ବାହୀ ସମ୍ପାଦକ ତଥା ବାଙ୍କୀ ସଚେତନ ନାଗରିକ ସଂଘର ସଭାପତି ଘନଶ୍ୟାମ ସେଠୀ, ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବୀ ବିରଞ୍ଚି ନାରାୟଣ ମାଦେଲି ଓ ଶିଶୁ ବିଦ୍ୟା ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ରକ୍ତଦାନକୁ ଏକ ମହତ୍ ଦାନ ଭାବେ ବର୍ଣ୍ଣନା କରି ସମସ୍ତଙ୍କୁ ନିୟମିତ ରକ୍ତଦାନ ପାଇଁ ପ୍ରେରିତ କରିଥିବା ବେଳେ ଯାତ୍ରା ସାମ୍ବାଦିକ ମାଇକେଲ ବେହେରାଙ୍କ ସମେତ ବାଙ୍କି ମା ଜାଗୃତି ମହିଳା ମଣ୍ଡଳର ସଦସ୍ୟ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ
Subha Khabar is now on Whatsapp
Join and get latest news update delivered to you via whatsapp
Join Now
