ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଆଭାସୀ ମାଧ୍ୟମରେ କ୍ରାନ୍ତି ଦିବସ ପାଳିତ

ଭୂବନେଶ୍ବର: – ଆଜି କ୍ରାନ୍ତି ଦିବସ ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆଭାସୀ ମାଧ୍ୟମରେ କ୍ରାନ୍ତି ଦିବସ ପାଳନ କରାଯାଇଛି । ବିଧାୟକ ଡ. ବ୍ୟୋମକେଶ ରାୟ ଓ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ଆଭାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଏହି ଆଭାସୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ବାସ, ଉପସଭାପତି ସଂଜୟ କୁମାର ଦାସବର୍ମା ଓ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେବା ସହିତ ବହୁ ଯୁବ ଓ ଛାତ୍ର ନେତାମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ଶ୍ରୀ ଦାସବର୍ମା, ଦେଶରୁ ଇଂରେଜମାନଙ୍କୁ ହଟାଇ ସାଧୀନତା ଆଣିଥୁବା ମହାପୁରୁଷମାନଙ୍କ ସ୍ମୃତି ଚାରଣ କରିଥିଲେ । ସେମାନଙ୍କ ବୀରତ୍ବ ତଥା ବଳିଷ୍ଠ ତ୍ୟାଗ ଯୋଗୁ ଦେଶ ସାଧୀନତା ହାସଲ କରିଥିଲା I ପୂର୍ବପୁରୁଷ ମାନଙ୍କୁ ସମ୍ମାନ ଜଣାଇ ଆମ ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ଦାୟିତ୍ବ ।

ସେହିପରି ଶ୍ରୀ ଦାସ କହିଥିଲେ, ରାଜ୍ୟରେ ଦିନକୁ ଦିନ ଛାତ୍ରୀ ଓ ନାରୀ ବିରୋଧୀ ହିଂସା ଘଟଣା ଅହେତୁକ ଭାବରେ ବଢିବାରେ ଲାଗିଛି। ଯାହା ଆମ ସମସ୍ତଙ୍କୁ ଚିତ୍ତିତ କରିଛି। ରାଜ୍ୟ ସରକାରଙ୍କ ଅପାରଗତା ଓ ପୋଲିସ ପ୍ରଶାସନ ନିଷ୍କ୍ରିୟତା ଯୋଗୁଁ, ଗୋପାଳପୁର, ବଳଙ୍ଗା, ବାଲେଶ୍ବର ଓ କେନ୍ଦ୍ରାପଡା ଭଳି ସ୍ଥାନରେ ଆଇନ କାନୁନର ଖୋଲା ଉଙ୍କୁଘନ କରି ଅପରାଧୀମାନେ ଅପରାଧ ଘଟାଉଛନ୍ତି । କିନ୍ତୁ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଗୋଟିଏ ସଜାଗ, ଦାୟିତ୍ବପୂର୍ଣ ତଥା ପ୍ରମୁଖ ବିରୋଧୀ ଦଳ ହିସାବରେ ବିଜେତି ଆଗାମୀ ଦିନରେ ରାଜ୍ୟ ସରକାରଠାରୁ ଏହାର ଉତ୍ତର ଆଶା କରିବା ସହ ଯେପର୍ଯ୍ୟନ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ସୁଧୁରୁନି ସେ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଯୁବ ଓ ଛାତ୍ର ନେତାମାନେ ଆନ୍ଦୋଳନକୁ ତୀବ୍ରତର କରିବାକୁ ଶ୍ରୀ ଦାସ ଆହ୍ବାନ ଦେଇଥିଲେ।

ଅନ୍ୟପଟେ ଡ. ସାହୁ, ଅଗଷ୍ଟ ୧ରୁ ୮ ପର୍ଯ୍ୟନ୍ତ ଛାତ୍ରୀ ଓ ନାରୀ ସୁରକ୍ଷା ପାଇଁ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଏହି ପର୍ଯ୍ୟାୟରେ ହଜାର ହଜାର ଛାତ୍ର ଓ ଯୁବ ନେତା ସତଃପ୍ରଭୂତ ଭାବେ ଯୋଗଦାନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ବହୁ ଦିନ ପରେ ଏଭଳି ଗୋଟିଏ ବିରାଟ ଯୁବ ଓ ଛାତ୍ର ଆନ୍ଦୋଳନ ରାଜ୍ୟରେ ସଫଳ ହୋଇଛି । ବିଜୁ ଯୁବ ଓ ଛାତ୍ର ଜନତା ଦଳ ନେତୃତ୍ୱରେ ଅଗଷ୍ଟ ୯ରୁ ୧୪ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ହଜାର ହଜାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରୀ ଓ ନାରୀ ସୁରକ୍ଷା ପାଇଁ ଉଦ‌ବେଗ ପ୍ରକାଶ କରି ଖୋଲା ଚିଠି ଲେଖୁବେ । ରାଜ୍ୟରେ ଛାତ୍ରୀ ଓ ନାରୀ ସୁରକ୍ଷା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଏହି ଆନ୍ଦୋଳନକୁ ଅଧିକରୁ ଅଧ‌ିକ ଶାଣିତ କରିବ। ଏହି ଆଭାସୀ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା କର୍ମକର୍ତ୍ତା ଓ ବ୍ଲକ ସଭାପତି ପ୍ରମୁଖ ଯୋଗ ଦେଇଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *