ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ  : ମା କ୍ଷୀର ପିଲାଙ୍କ ପାଇଁ ଅମୃତ

ଖୋର୍ଦ୍ଧା, ୦୫/୦୮ :- ମା ଏ ସୃଷ୍ଟିର ପ୍ରଥମ ଜୀବନ୍ତ ଦେବତା ।  ମା ବିନା ସମାଜର ଉନ୍ନତି ଅସମ୍ଭବ ଓ ମା’ କ୍ଷୀର ପିଲାର ମାନସିକ, ଶାରିରୀକ ଓ ବୌଦ୍ଧିକ ବିକାଶ କରିଥାଏ ବୋଲି ମୁଖ୍ୟ ବକ୍ତା ଶିକ୍ଷକ ଅଖିଳେଶ ମହାପାତ୍ର ମତବ୍ୟକ୍ତ କରିଥିଲେ ବେଗୁନିଆ ବ୍ଲକ୍ ପଙ୍ଗ।ରସିଂହ ପଞ୍ଚାୟତ ର କୁରାଢିଲ୍ଲୋ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ ସ୍ଵାସ୍ଥ୍ୟକେନ୍ଦ୍ର  ଆନୁକୂଲ୍ୟରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସଭାରେ  ସି.ଏଚ.ଓ. ବନ୍ଦିତା ରଥ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଶିକ୍ଷକ ଅଖିଳେଶ ମହାପାତ୍ର, ମହିଳା ସ୍ଵାସ୍ଥ୍ୟକର୍ମୀ ରିଲି ନାୟକ, ଅଙ୍ଗନୱାଡ଼ି କର୍ମୀ ନିରୁପମା ସ୍ବାଇଁ, ଲିପିକା ମହାନ୍ତି ଓ ଆଶା କର୍ମୀ ସୁଷମା ମହାରଣା ଉପସ୍ଥିତ ରହି ମା କ୍ଷୀର ର ଉପଯୋଗୀତା ସମ୍ଵନ୍ଧରେ ଆଲୋକପାତ କରିଥିଲେ । ପ୍ରାୟ ୪୮ ଜଣ ମା ଓ ମହିଳା ଉପସ୍ଥିତ ଥିଲେ । ମା ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରଯାଇଥିଲା।ମା କ୍ଷୀର ପିଲାଙ୍କ ପାଇଁ ଅମୃତ ଓ ମା କ୍ଷୀର ପିଲାର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ସହିତ ସର୍ବାଙ୍ଗୀନ ଶାରିରୀକ ବିକାଶ କରିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *