ବଳଙ୍ଗା ପୀଡିତାଙ୍କ ମାମଲାରେ ସତ୍ୟର ଉନ୍ମୋଚନ ନହେବା ପର୍ଯ୍ୟନ୍ତ ଲଢେଇ ଜାରି ରଖୁବ : ବିଜେଡି ଅଗଷ୍ଟ ୭ରେ ପୁରୀ ଜିଲ୍ଲାରେ ବିଜେଡିର ୬ ଘଣ୍ଟିଆ ହରତାଳ

ପୀଡିତା ପରିବାରର ବୟାନ ବଦଳାଇବା ପାଇଁ ଷଡଯନ୍ତ୍ର

ସନ୍ଦେହ ଘେରରେ ପୋଲିସର ତଦନ୍ତ ପ୍ରକ୍ରିୟା

ଭୁବନେଶ୍ୱର: – ବଳଙ୍ଗା ପୀଡିତାର ମୃତ୍ୟୁ, ପରବର୍ତ୍ତୀ ଅବସ୍ଥାରେ ପୋଲିସର
ବିବୃତ୍ତି ଓ ପୀଡିତା ପରିବାରର ବୟାନ ବଦଳାଇବାକୁ ଚାପ ଘଟଣାକୁ ନେଇ ଆଜି ପୁରୀ ଜିଲ୍ଲା ବିଜୁ ଜନତା ଦଳ, ସରକାର ଓ ଶାସକଦଳର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରିଛି।



ଆଜି ପୁରୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ତୁଷାରକାନ୍ତ ବେହେରା, ସୁନିଲ ମହାନ୍ତି, ପୂର୍ବତନ ବିଧାୟକ ରୁଦ୍ର ମହାରଥୀ, ବରିଷ୍ଠ ନେତା ସୁବ୍ରତ ଛାଟୋଇ, ବିଦ୍ୟାଧର ସ୍ଵାଇଁ ଓ ବୈରାଗୀ ଜେନା ପ୍ରମୁଖ ବଳଙ୍ଗା ପୀଡିତାର ମୃତ୍ୟୁ ପରବର୍ତ୍ତୀ ସ୍ଥିତି ବିଷୟରେ ସରକାରଙ୍କୁ କାଠଗଡାକୁ ଟାଣିବା ସହ ଆଗାମୀ ଅଗଷ୍ଟ ୭ ତାରିଖ ଦିନ ପୁରୀ ଜିଲ୍ଲାରେ ୬ଘଣ୍ଟିଆ ହରତାଳ ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ସାମନ୍ତରାୟ କହିଥିଲେ ଯେ, ପୀଡିତାର ବାରମ୍ବାର ବୟାନ ରେକର୍ଡ କରିବା ବାହାନାରେ ପୋଲିସ ବିଜେପି ଦଳର ହାତବାରିସି ସାଜି ତାଙ୍କ ଗୁପ୍ତ ଏଜେଣ୍ଡାକୁ କାର୍ଯ୍ୟ କରିଛି। ବାଲେଶ୍ଵରର ଏଫ୍ଏମ୍ କଲେଜ ଘଟଣା ଭଳି, ପରିବାର ଉପରେ ଚାପ ପ୍ରୟୋଗ କରି ବୟାନ ବଦଳାଇବା ପାଇଁ ବାଧ୍ୟ କରିଛନ୍ତି । ପ୍ରଥମ ଦିନରୁ ପୀଡିତା ଓ ତାଙ୍କ ମାଆ ନିଜେ ଘଟଣା ସଂପର୍କରେ ସଂପୂର୍ଣ ବିବରଣୀ ପ୍ରଦାନ କରି ଏତଲା ଦାୟର କରିଥିଲେ। ପରବର୍ତ୍ତୀ ପରିସ୍ଥିତିରେ ଦୁବୃର୍ତମାନଙ୍କୁ ବଞ୍ଚାଇବା ପାଇଁ ଶାସକ ବିଜେପି ଦଳର ଚାପରେ ପୋଲିସ ତଦନ୍ତର ମୋଡ ବଦଳାଇଦେଲେ। ଦୁଃଖର ବିଷୟ ପୀଡିତାର ମୃତ୍ୟୁର କିଛି ସମୟ ପରେ ପୋଲିସ ମୁଖ୍ୟାଳୟ ଜରିଆରେ ସରକାର ଯେଉଁଭଳି ବିବୃତ୍ତି ପ୍ରଦାନ କଲେ ତାହା ସ୍ପଷ୍ଟ କରିଛି ଯେ, ସରକାର ସତ୍ୟ ଲୁଚାଇବା ପାଇଁ ଚାହୁଛନ୍ତି । ଜଗନ୍ନାଥଙ୍କ ମାଟିରେ ନିଶ୍ଚିତ ଭାବେ ସତ୍ୟର ଉନ୍ମୋଚନ ହେବ ଏବଂ ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ମିଳିବା ଯାଏଁ ବିଜୁ ଜନତା ଦଳ ତାର ଲଢେଇ ଜାରି ରଖୁବ। ଯେଉଁଭଳି ଭାବେ ଉପମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ଜଣେ ନାବାଳିକାକୁ ନ୍ୟାୟ ଦେବା ପରିବର୍ଭେ ପୋଲିସକୁ ବ୍ୟବହାର କରି ତଦନ୍ତକୁ ବାଟବଣା କରି ସତ୍ୟକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି, ତା’ର ଆମେ ଦୃଢ ନିନ୍ଦା କରୁଛୁ । ଏହି ଘଟଣା ଲାଗି ଓଡିଶା ଆଜି ସାରା ଦେଶରେ ନିନ୍ଦିତ ହୋଇଥିବା ବେଳେ ସରକାରଙ୍କ ଆଚରଣ ଓଡିଶାବାସୀଙ୍କୁ କ୍ଷୁବ୍ଧ କରିଛି। ଏହାର ପ୍ରତିବାଦରେ ପୁରୀ ଜିଲ୍ଲାବାସୀ ଆଗାମୀ ଅଗଷ୍ଟ ୭ ତାରିଖ ଦିନ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଶାନ୍ତପୂର୍ଣ ଭାବେ ହରତାଳ ପାଳନ କରିବା ପାଇଁ ଜିଲ୍ଲା ବିଜୁ ଜନତା ଦଳ ନିବେଦନ କରାଯାଇଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *