ଖୋର୍ଦ୍ଧା : ବ୍ଲକ ସ୍ତରୀୟ ସଂକୀର୍ତ୍ତନ କଳାକାର (BKSS) ଏବଂ ଜିଲ୍ଲା ସ୍ତରୀୟ ଜିଲ୍ଲା କଳା ସଂସ୍କୃତି ସଂଗଠନ (ZKSS) ର ପୁନର୍ଗଠନ ପାଇଁ ଦାବି କରିଛି ସଂଘ ।
ସଂକୀର୍ତ୍ତନ ମହାସଂଘର ସଭାପତି ବାସୁଦେବ ଭଟ୍ଟ ସାରା ଓଡ଼ିଶାରେ ଲୋକକଳାକୁ ପ୍ରୋତ୍ସାହିତ କରିବା,ଭୁବନେଶ୍ୱର, ଖୋର୍ଦ୍ଧା, ଦେବଗଡ଼, ବୌଦ୍ଧ, ପୁରୀ, ଅନୁଗୁଳ, ସୁନ୍ଦରଗଡ଼, ନୟାଗଡ଼ ଏବଂ ସୋନପୁର ସମେତ ବିଭିନ୍ନ ଜିଲ୍ଲାରେ ଅନେକ ସଂକୀର୍ତ୍ତନ ମହୋତ୍ସବ ସଫଳତାର ସହିତ ଆୟୋଜନ କରିଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ ଜୀ ଏବଂ ଦେଶ ସାରାର ଅନେକ ସନ୍ଥଙ୍କ ଉପସ୍ଥିତିରେ ଆମର ପଦକ୍ଷେପଗୁଡ଼ିକ ସଫଳ ହୋଇଛି ବୋଲି କହିଛନ୍ତି ରାଜ୍ୟ ସଭାପତି।ଆମ ସଂଗଠନର ଅବଦାନ ଏବଂ ପ୍ରତ୍ୟେକ ଗାଁରେ ସଂକୀର୍ତ୍ତନ କଳାକାରଙ୍କ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତିକୁ ଦୃଷ୍ଟିରେ ରଖି, BKSS ଏବଂ ZKSS ପାଇଁ ଚୟନ ପ୍ରକ୍ରିୟା ସମୟରେ ସଂକୀର୍ତ୍ତନ କଳାକାରମାନଙ୍କୁ ପ୍ରାଥମିକତା ଦେବା ପାଇଁ ବିଭାଗୀୟ ସଚିବ, ସଂସ୍କୃତି ବିଭାଗ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ସଂଘ ଦ୍ଵାରା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବ। ପାଇଁ ଏକ ଦାବିପତ୍ର ରାଜ୍ୟ ସଂପାଦକ ସୁଦର୍ଶନ ଚମ୍ପତି ଙ୍କ ସହ ସମସ୍ତ ଜିଲ୍ଲା କମିଟି ଓ ବ୍ଲକ୍ କମିଟି ସଦସ୍ୟ ମାନେ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now