ସେବା, ସମାଧାନ ଓ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରନ୍ତୁ  : ଜିଲ୍ଲାପାଳ

ଜିଲ୍ଲାପାଳଙ୍କ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣି  ଶିବିର ଅନୁଷ୍ଠିତ

ଖୋର୍ଦ୍ଧା,(୨୪/୧୧)’- ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ  ଅମ୍ରିତ୍ ଋତୁରାଜ  ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଙ୍କ ପଲ୍ଲୀରେ ପ୍ରଶାସନିକ ମିଳିତ ଜନଶୁଣାଣି  ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାପାଳ ଶ୍ରୀ ଋତୁରାଜ  କହିଲେ ଯେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ହିତାଧିକାରୀ ମାନଙ୍କୁ ବହୁ ମାତ୍ରାରେ ଉପଲବ୍ଧ ହେଉଛି l ଏଣୁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ  ତଥା ପଂଚାୟତ ବା ପଲ୍ଲୀରେ ପ୍ରଶାସନିକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ କୁ ଅଧିକାରୀ ମାନେ ସେବା, ସମାଧାନ ଓ ସଚେତନତା କୁ ତ୍ୱରାନ୍ୱିତ କରି ନିଷ୍ଠାପର ସେବା ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ବିକାଶ ପଥରେ ଆଗେଇ ଯିବ ବୋଲି ପ୍ରକାଶ କରିଥିଲେ l  

Advertisement



ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ବ୍ଲକ୍ ଓ ପଞ୍ଚାୟତ ମାନଙ୍କରେ ଜନଶୁଣାଣି ଶିବିରରେ ପ୍ରତ୍ୟେକ ଯୋଜନାର ହିତାଧିକାରୀ ମାନଙ୍କୁ  ଯଥା ସୁକନ୍ୟା ସମୃଦ୍ଧି ଯୋଜନା ଠାରୁ ନେଇ , ସ୍ଵାସ୍ଥ୍ୟ, ପଶୁ ସମ୍ପଦ, କୃଷି ଓ ଆନୁସଙ୍ଗିକ କୃଷି , ଓଡ଼ିଶା ଜୀବିକା ମିଶନ୍,ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ଆୟୁଷମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଅଟଳ ପେନସନ ଯୋଜନା, ବସୁନ୍ଧରା, ରାଜସ୍ବ ବିଭାଗ ଅଧୀନ ବିଭିନ୍ନ ସାର୍ଟିଫିକେଟ, ପ୍ରତ୍ୟେକ ପଂଚାୟତ ଓ ଗ୍ରାମ୍ୟ ସ୍ତରୀୟ କାର୍ଯ୍ୟାଳୟ ଗୃହ ନିର୍ମାଣ ଜମି ସମସ୍ୟା, ଦକ୍ଷତା ବିକାଶ, ମତ୍ସ୍ୟ ଚାଷ, ଅଣୁ କ୍ଷୁଦ୍ର ମଧ୍ୟମ ଶିଳ୍ପ ଉଦ୍ୟୋଗ, ସୁଷମ ବଣ୍ଟନ,  ଶିଶୁ ଓ ମାତୃ ଯତ୍ନ ,ଭି ଏଚ୍ ଏନ୍ ଡି  ଯୋଜନା ,ପି ଏମ ସୂର୍ଯ୍ୟ ଘର, ମାଟି ସ୍ୱାସ୍ଥ୍ୟ କାର୍ଡ,ପି ଏମ କିଶାନ ଓ ସି ଏମ କିଶାନ୍ ଯୋଜନା, ପ୍ରଧାନ ମନ୍ତ୍ରୀ ମୁଦ୍ରା ଓ ପ୍ରଧାନ ମନ୍ତ୍ରୀ ବିଶ୍ଵକର୍ମା ଯୋଜନା , ରେଡ୍ କ୍ରସ ଓ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଆଦି ଅଗ୍ରଣୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସିଧା ପଲ୍ଲୀ ବାସିନ୍ଦାର ପ୍ରକୃତ ହିତାଧିକାରୀ ମାନଙ୍କୁ  ଯୋଗାଇ  ଦେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି  l  ସମସ୍ତ ଅଧିକାରୀ ମାନେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କ  ସମସ୍ୟା, ଆପତ୍ତି ଏବଂ ଅଭିଯୋଗ ଗୁଡ଼ିକର ସରକାର ଓ ପ୍ରଶାସନର ନୀୟମାନୁସାରେ ସମାଧାନ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହେବାକୁ ଜିଲ୍ଲାପାଳ ଋତୁରାଜ ଗୁରୁତ୍ୱାରୋପ କରିଥିଲେ l



ଆଜିର ଅଭିଯୋଗ ଶୁଣାଣିରେ ମୋଟ ୭୮ ଗୋଟି ଅଭିଯୋଗ ଆସିଥିବା ବେଳେ, ବ୍ୟକ୍ତି ଗତ ୬୫ ଗୋଟି ଓ ଗ୍ରାମୀଣ ସମସ୍ୟା ଜନିତ  ୧୩ ଗୋଟି ଅଭିଯୋଗ ଥିଲା l ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ ୦୩ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ l  ଜନଶୁଣାଣି ଶିବିରରେ  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ,ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା , ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ,ଆସିଷ୍ଟାଣ୍ଟ କଲେକ୍ଟର, ଭୁବନେଶ୍ୱର କଅଁର, ସଂପୃକ୍ତ ବ୍ଲକର ବି ଡି ଓ ଏବଂ ତହସିଲଦାର ପ୍ରମୁଖ  ଜନ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟର   ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ରିୟ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ  ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିଲ୍ଲୀପ ହିଆଲ , ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି   ସମେତ   ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀ  ମାନେ ଯୋଗ ଦେଇଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *