ଖୋର୍ଦ୍ଧା: – ବାଣପୁର ଉପକାରାଗାର ପରିସରରେ ଉପକାରାଗାର ଅଧିକ୍ଷକ ଦଣ୍ଡପାଣି ପାତ୍ର ଓ ଉପ ଅଧିକ୍ଷକ କାହ୍ନୁ ଚରଣ ମଲ୍ଲଙ୍କ ତତ୍ତ୍ଵାବଧାନରେ ଓ ସେଣ୍ଟଜନ ଆମ୍ବୁଲାନ୍ସ ଆସୋସିଏସନର ଆଜୀବନ ସଦସ୍ୟ ତଥା ସମାଜସେବୀ ଅନନ୍ତ ଚରଣ ଖଟେଇଙ୍କ ପ୍ରଚେଷ୍ଟାରେ ଆୟୋଜିତ ବନମହୋତ୍ସବ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ ଓ ଭିକାରୀଚରଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ଦିନକୁ ଦିନ ପରିବେଶ ଭାରସାମ୍ୟ ସନ୍ତୁଳନ ହରାଇ ତାପମାତ୍ରା ବୃଦ୍ଧି ଘଟୁ ଥିବାରୁ ଏଭଳି ପରିସ୍ଥିତିରେ ଏକମାତ୍ର ବିକଳ୍ପ ହେଉଛି ବୃକ୍ଷ ରୋପଣ ଯାହା ଅପରିହାର୍ଯ୍ୟ ହୋଇ ପଡିଛି। ତେଣୁ ପ୍ରତ୍ୟେକ ବ୍ଯକ୍ତି ଗୋଟିଏ ଲେଖାଁଏ ଚାରାରୋପଣ କରି ତାର ଉପଯୁକ୍ତ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ହୋଇ ପଡିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିଙ୍କ ସହ ଉପକାରାଗାର ର କର୍ମଚାରୀ ଓ ସମସ୍ତ ଜେଲ ଅନ୍ତେବାସୀ ମାନେ ସାମିଲ ହୋଇ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now