ଅସରାଏ ବର୍ଷା ରେ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି : ଖୋରଧା ସମ।ସ୍ୟା

ଖୋର୍ଦ୍ଧା,:- ବର୍ଷା ହେଲେ ରାସ୍ତା ପାଲଟିଛି ମରଣ ଯନ୍ତା । ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଯାତାୟତ ଲାଗି ଯାତ୍ରୀ ହନ୍ତସନ୍ତ ହେଉଥିବାବେଳେ ପାଶ୍ୱର୍ ଡ୍ରେନ୍ ପୋତି ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଦେଖାଯାଇଛି ।


  ପ୍ରକାଶ ଥାଉକି, ୧୬ନଂ ଜାତୀୟ ରାଜପଥର ତୋଟାପଡା ଛକଠାରୁ ଖୋର୍ଦ୍ଧା ସହରକୁ ପ୍ରବେଶ ପାଇଁ ଥିବା ସବରୋଡ୍ ବର୍ଷା ହେଲେ ଲୋକଙ୍କ ଲାଗି ଚିନ୍ତାର କାରଣ ପାଲଟିଛି । ଜାତୀୟ ରାଜପଥ କତୃପକ୍ଷଙ୍କ ଦ୍ୱାରା କରାଯାଇଥିବା ଏହି ରାସ୍ତା ରେ ଅସରାଏ ବର୍ଷା ହେଲେ ଜମି ରହୁଛି  ଆଣ୍ଠୁଏ ବର୍ଷାଜଳ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ । ଉକ୍ତ ରାସ୍ତାଦେଇ ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ୍ ଯାଉଥିବାବେଳେ ଲୋକମାନେ ଖୋର୍ଦ୍ଧା ସହରକୁ ଏବଂ ରୋଗୀଧରି ଆମ୍ବୁଲାନ୍ସ ଖୋର୍ଦ୍ଧା ମେଡିକାଲ କୁ ଆସିଥାଏ । ଯଦିଓ ରାସ୍ତାପାଶ୍ୱର୍ରେ ପାଣି ନିସ୍କାଷନ ଲାଗି ଡ୍ରେନ୍ କରାଯାଇଛି, ତଥାପି ଉକ୍ତ ଡ୍ରେନ୍ କିଛି ଅଂଶରେ ମାଟି ପୋତି ହେବାରୁ ସେଥିରେ ବର୍ଷାପାଣି ଯାଉନଥିବା ଅଭିଯୋଗ ହେଉଛି । ସେହିପରି ନିକଟରେ ଥିବା ଦୋକାନୀମାନେ ଉକ୍ତ ଡ୍ରେନ କୁ ପୋତିଥିବା ମଧ୍ୟ ଅଭିଯୋଗ ହେଉଛି । କିଛି ଲୋକଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଉକ୍ତ ରାସ୍ତାଦେଇ ବର୍ଷା ସମୟରେ ଯାଉଥିବା ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।

ଲୋକଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କର୍ତୁପକ୍ଷ ଖୁବ ଶୀଘ୍ର ରାସ୍ତା ପାଶ୍ୱର୍ ଡ୍ରେନ୍ ମରାମତି କରାଗଲେ ବର୍ଷାଜଳ ନିଷ୍କାସନ ହୋଇପାରନ୍ତା ଏବଂ ଲୋକ ମାନେ ସୁବିଧାରେ ଯିବାଆସିବା କରିପାରନ୍ତେ । ଏ ରାସ୍ତା ଉପରେ କେବେ ପ୍ରଶାସନର ଶୁଭ ଦୃଷ୍ଟି ପଡୁଛି ତାହା ଦେଖିବାକୁ ବାକି ରହିଲା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *