ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ଚାଷୀ

ଖୋର୍ଦ୍ଧା: – କୃଷିକ୍ଷେତ୍ରରେ ଥିବା ଫସଲକୁ ସୁରକ୍ଷା ଦେବା ଲାଗି ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରାଯାଇଥିବା ନେଇ  ସରକାରଙ୍କ ପକ୍ଷରୁ ଭାଷଣବାଜି କରାଯାଇଥିଲେ ହେଁ ବାସ୍ତବରେ ତାହା ପ୍ରହସନ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ଜଣାପଡ଼ିଛି।  ଏଭଳି ସ୍ଥିତିରେ ଜିଲାର ଅଧିକାଂଶ ବ୍ଳକରେ ଏହି ଯୋଜନାରୁ ଚାଷୀମାନେ ବଞ୍ଚିତ ହୋଇ ନାନା ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।

ଫଳରେ ଏଥିଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଛି।
ଯଥେଷ୍ଟ କଷ୍ଟ ସ୍ବୀକାର କରି ଫସଲ ଉପୁଜାଇବା କାର୍ଯ୍ୟରେ ନିୟୋଜିତ ଥିବା ଅଧିକାଂଶ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହୋଇଥିବା ନେଇ ସରକାରୀ କଳ ପକ୍ଷରୁ କୁହାଯାଉଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁଁ ଏଥିରୁ ଚାଷୀ ବଞ୍ଚିତ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଖୋର୍ଦ୍ଧା ବ୍ଲକ ଅଧୀନରେ ଥିବା ୨୨ଟି ପଞ୍ଚାୟତ ଓ ବେଗୁନିଆ ବୋଲଗଡ ର ୪୦ ଗୋଟି ପଞ୍ଚାୟତ ର ଅଧିକାଂଶ ସ୍ଥାନରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ବଙ୍ଗଦ‌ା , ବରସାହି, ବ୍ରଜମୋହନପୁର,  ଗଡ଼ହଳଦିଆ, ନାଲିପଡ଼ା ଅର୍ଜ୍ଜୁନପୁର ଓ କାଇପଦର ଆଦି ପଞ୍ଚାୟତରେ ବହୁସଂଖ୍ୟକ ଚାଷୀ  ଚାଷ କାର୍ଯ୍ୟରେ ଥିଲେ ହେଁ ସେମାନେ ଏହି ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ନାଲିପଡ଼ା ଅର୍ଜ୍ଜୁନପୁର, ବାଜପୁର ଓ ଧଉଳିମୁହଁ ଆଦି ପଞ୍ଚାୟତର ସରପଞ୍ଚ ଏଥିନେଇ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଦର୍ଶାଇଛନ୍ତି । ତେବେ ସମ୍ପ୍ରତି ଚାଷବାସ କାମ ଆରମ୍ଭ ହୋଇଥିବାବେଳେ ତୁରନ୍ତ ବାଦ୍ ପଡ଼ିଥିବା ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବାକୁ ବରିଷ୍ଠ ଆଇନଜୀବୀ ରାଜକିଶୋର ଦାଶ ଦାବି କରିଛନ୍ତି । ଚାଷୀ ପଞ୍ଜିକରଣ ରେ ସମସ୍ୟା ହେତୁ ବହୁ ସମସ୍ୟା ରେ ପଡ଼ୁଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *