ଖୋର୍ଦ୍ଧା :- ଖୋର୍ଦ୍ଧାର ଜଣେ ଜଣା ଶୁଣା ସମାଜ ସେବି ତଥା ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ବରିଷ୍ଠ ନାଗରିକ ଘନ ବେହେରା ( ଟନିଆ)ଙ୍କ ପରଲୋକ ଘଟିଛି। ସାଗୁଆନ ବଗିଚାସ୍ଥିତ ନିଜ ବାସଭବନରେ ଟନିଆଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଟନିଆଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ମୁରବି ଶ୍ରେଣୀୟ ଓ ପରୋପକାରୀ ବ୍ୟକ୍ତି ଥିଲେ ।ଅନ୍ୟ ସହଯୋଗୀଙ୍କ ସହ ମିଶି ବିଭିନ୍ନ ଅଞ୍ଚଳରେ ନ୍ୟାୟ ନିଶାପରେ ଯୋଗଦେଇ ସାଇ ବିବାଦ , ମନ ମାଳିନ, ବିଭିନ୍ନ ସମସ୍ୟାର ସମାଧାନ କରି ଲୋକଙ୍କୁ ନ୍ୟାୟ ଯୋଗାଇ ଦେଇ ଆସୁଥିଲେ। ଏଥି ସହିତ ସାଗୁଆନ ବଗିଚା ସଂକୀର୍ତ୍ତନ ମଣ୍ଡଳି, ଅଷ୍ଟପ୍ରହରି ଆଦି କମିଟିରେ ବରିଷ୍ଠ ସଦସ୍ୟ ରହି ସ୍ବର୍ଗତ ବେହେରା ସୁଚାରୁ ରୁପେ କାର୍ଯ୍ୟ ସମ୍ପାଦନ କରି ସମସ୍ତଙ୍କ ପ୍ରିୟ ଭାଜନ ଥିଲେ ।

ସ୍ବର୍ଗତ ଟନିଆଙ୍କ ମୃତ୍ୟୁ ଖବର ପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପୂର୍ବତନ ବିଧାୟକ ଜିତୁମିତ୍ର , ଉତ୍ତର ଓଡ଼ିଶାର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ,ସମାଜ ସେବୀ ଜିତେନ୍ଦ୍ର ପ୍ରଧାନ (ରାଜା) ଦିପୁ ହୋତା ,ସମ୍ବାଦିକ ଲଳିତ ମୋହନ ମହାପାତ୍ର ,ପ୍ରକାଶ ଦାସ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସେହିପରି ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନି ପୁଅ ସୁଧାକର, ପ୍ରଭାକର, ଜଗନ୍ନାଥ ବେହେରା ( ଯୋଗିଆ) ,ଝିଅ, ଜ୍ୱାଇଁ, ବୋହୁ ନାତି ନାତୁଣୀଙ୍କ ସମେତ ବାଲ୍ୟ ବନ୍ଧୁ ଭିକାରୀ ବେହେରା,ସଦାଶିବ ରାଉତରାୟ,ପାଣୁ ବେହେରା, ମାନସ ବେହେରା ,ସନ୍ତୋଷ ବେହେରାଙ୍କ ସମେତ ସଂକୀର୍ତ୍ତନମଣ୍ଡଳୀ ସଦସ୍ୟ ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।। ସ୍ଥାନୀୟ ବରୁଣେଇସ୍ଥିତ ହାଡ ଗାଡ଼ିଆ ମଶାଣୀରେ ସ୍ୱର୍ଗତ ଟନିଆଙ୍କ ଶବ ସତ୍କାର କରାଜାଥିବାବେଳେ ବଡ଼ପୁଅ ସୁଧାକର ମୁଖାଗ୍ନି ଦେଇଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now