ପ୍ରାଣଘାତୀ ଡିଜେ ମୁକ୍ତ ରୋଷଣୀ ଦାବି କଲା ବରିଷ୍ଠ ନାଗରିକ ମଂଚ

ଖୋର୍ଦ୍ଧା-୩୧|୮: ପାର୍ବଣ ଋତୁରେ ଦେବା ଦେବୀଙ୍କ ବିସର୍ଜନ ଏବଂ ବିବାହ ଉତ୍ସବର ବରଯାତ୍ରୀଙ୍କ ଶୋଭାଯାତ୍ରାକୁ ଆନନ୍ଦମୟ କରିବାକୁ ସଙ୍ଗୀତ, ନୃତ୍ୟ, ରୋଷଣୀ ଆମ ସାମାଜିକ ଜୀବନର ଅଂଶ ବିଶେଷ। କିନ୍ତୁ ବର୍ତ୍ତମାନ ଏଥିରେ ଦେଖାଦେଇଥିବା ସ୍ଖଳନ ଉଦବେଗଜନକ ସ୍ଥିତିରେ ପହଞ୍ଚିଲାଣି ଏବଂ ଏହାର ପ୍ରତିକାର ଦିଗରେ ସମାଜର ପ୍ରତ୍ୟେକ ବର୍ଗ ଆଗେଇ ଆସିବାକୁ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ନିବେଦନ କରାଯାଇ ଅଛି। ଶ୍ରୀରାମ ନଗର ସ୍ଥିତ ମଞ୍ଚର ସଭାଗୃହରେ ଅନୁଷ୍ଠିତ ବୈଠକରେ ଦେବପ୍ରସାଦ ମଜୁମଦାର ପୌରହିତ କରିଥିଲେ ଓ ସହସମ୍ପାଦକ ସନ୍ତୋଷ କୁମାର ଦାସ ସ୍ବାଗତ ଭାଷଣ ଦେଇଥିଲେ। କେଦାରନାଥ ରାୟ, ଦୁର୍ଗାପ୍ରସାଦ ମିଶ୍ର, ମନୋରଞ୍ଜନ ଜେନା, ଅଖିଳ କୁମାର ପ୍ରଧାନ, ଡାକ୍ତର ବାସୁଦେବ ପାତ୍ର, ପ୍ରତାପ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Advertisement



ଆମର ଆନନ୍ଦ ଅନ୍ୟମାନଙ୍କ ଦୁଃଖର କାରଣ ହେବା ଉଚିତ ନୁହେଁ। ଏବେ ମଧ୍ଯ ଓଡ଼ିଶାର ପାରମ୍ପାରିକ ବାଦ୍ୟର ତାଳେ ତାଳେ ଆନନ୍ଦ ଉଲ୍ଲାସର ସହିତ ବିଭିନ୍ନ ଶୋଭାଯାତ୍ରା ଅନୁଷ୍ଠିତ ହେଉଅଛି। ପ୍ରାଣଘାତୀ ଶବ୍ଦ ସୃଷ୍ଟିକାରୀ ଡିଜେ ଗାଡି ଯାଉଥିବା ରାସ୍ତାର  ଉଭୟ ପାର୍ଶ୍ବରେ ଅବସ୍ଥିତ ଗୃହରେ ବୟସ୍କ ବ୍ୟକ୍ତି, ଅସୁସ୍ଥ ରୋଗୀ, ଗର୍ଭବତୀ ମହିଳା, ଶିଶୁମାନଙ୍କ ଯନ୍ତ୍ରଣାଦାୟକ ଅବସ୍ଥାକୁ ବିଚାର କରିବା ଉଚିତ ବୋଲି ସଭାରେ ମତ ପ୍ରକାଶ କରାଯାଇ ଅଛି। “ନିଶା ମୁକ୍ତ ଭଷାଣୀ ସହିତ ଡିଜେ ମୁକ୍ତ ରୋଷଣୀ” କୁ ବିଚାର କରି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପୂଜା କମିଟିର କର୍ମକର୍ତ୍ତା ଏବଂ ବିବାହ ଶୋଭାଯାତ୍ରାରେ ବରଯାତ୍ରୀ ଦଳଙ୍କୁ ବରିଷ୍ଠ ନାଗରିକ ମଞ୍ଚ ନିବେଦନ କରିଅଛି।


ମଞ୍ଚର ଏହି କାର୍ଯ୍ୟକ୍ରମରେ ରତ୍ନାକର ରଣସିଂହ, ନବକିଶୋର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବରାଳ, ମାୟାଧର ପ୍ରଧାନ, ବେଲେଶ୍ୱର ଯୁଝାରସିଂହ, ସୌଦାମିନୀ ପଟ୍ଟନାୟକ, ବିନାୟକ ପାଇକରାୟ, ବିପିନ ବିହାରୀ ମିଶ୍ର, ଶରତ କୁମାର ସାହୁ, ବିଶ୍ବଜିତ ପଟ୍ଟନାୟକ, ସ୍ବର୍ଣ୍ଣ ରେଣୁ ପଟ୍ଟନାୟକ, ପୁଷ୍ପାରାଣୀ ମହାନ୍ତି ,ପ୍ରମୋଦ କୁମାର ମହାନ୍ତି, ବିରଞ୍ଚି କୁମାର ସାହୁ,ଅଞ୍ଜନ କୁମାର ରାୟ, ରବିନ୍ଦ୍ର ଶତପଥୀ,ବୈକୁଣ୍ଠ ମହାପାତ୍ର, ବିପ୍ରଚରଣ ବେହୁରା,ରବିନ୍ଦ୍ର କୁମାର ସାହୁ ମତବ୍ୟକ୍ତ କରିଥିଲେ। କ୍ଷେତ୍ରବାସୀ ସାହୁ, ହରମୋହନ ମହାପାତ୍ର, ଗଦାଧର ଗୋଛି, ରବିନାରାୟଣ ସେନାପତି, ଜୟକୃଷ୍ଣ ନାୟକ, ବିଜୟ କୁମାର ପଣ୍ଡା, ଗଗନ ବିହାରୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ମଞ୍ଚର ସମ୍ପାଦକ ରାମଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *