ଜନ ପ୍ରତିନିଧି ଙ୍କୁ କଲେ ବେସମ୍ମାନ : ବନ୍ଦ କଲେ ଦୀର୍ଘ ଦିନ ର ପରମ୍ପରା
ଅଧିକାରିଣୀ ଙ୍କ ନାମରେ ଥାନା ରେ ଏତଲା ଦେଲେ ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ
ଦାବି କଲେ ଉପଯୁକ୍ତ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଯଦି ନହୁଏ ଖୁବ୍ ଶୀଘ୍ର ନିଷ୍ପତି ନେବେ ସ୍ଥାନୀୟ ଜନ ସାଧାରଣ
ଖୋର୍ଦ୍ଧା,(୨୭/୦୧):- ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ , ଉପଲକ୍ଷେ ବୋଲଗଡ ରେ ଦୀର୍ଘଦିନ ଧରି ଆୟୋଜିତ ହେଉଥିବା ସାମୁହିକ ପ୍ୟାରେଡ ବନ୍ଦ କରିବା , ନିର୍ଦ୍ଧିଷ୍ଟ ଭାବେ ପ୍ରସ୍ତୁତି ବୈଠକ ନ କରିବା, ନିଜେ ବିଡିଓ ଅନୁପସ୍ଥିତ ରହିବା ଓ ଦୀର୍ଘ ଦିନର ପରମ୍ପରା କୁ ବନ୍ଦ କରିବା ଯୋଗୁ ବିଡ଼ିଓ ଙ୍କ ନାଁରେ ଥାନାରେ ଏତଲା ଦେଲେ ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ର ସଦସ୍ୟ।

ଗତକାଲି ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରେ ଦେଖିବାକୁ ମଳିଥିଲା ଏହି ଦୃଶ୍ୟ । ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜନ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ ଦେଇଥିବା ବିଡିଓ ସୁମନ ସୁଧା କୁଣ୍ଡୁ ନିଜେ ଆସିନଥିଲେ କାର୍ଯ୍ୟକ୍ରମ କୁ ।ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଏନେଇ ଭୂରି ସଭାରେ ଆଣିଛନ୍ତି ଅଭିଯୋଗ । ଏହା ସରକାରୀ ଆଦେଶ କୁ ଫୁ କରାଯାଇଛି ଓ ଜନ ପ୍ରତିନିଧି ଙ୍କୁ ବେସମ୍ମାନ କରାଯାଉଛି ବୋଲଗଡ ବାସି ଙ୍କ ଭାବାବେଗ କୁ କ୍ଷୁର୍ଣ୍ଣ କରାଯାଇଛି

ପ୍ରକାଶ ଥାଉକି ଗତ ୨୧ ତାରିଖରେ ବୋଲଗଡ଼ ବିଡିଓ ସୁମନ ସୁଧା କୁଣ୍ଡୁ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ, ବାମନ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ପାଳନ କରାଯିବା ନେଇ ପଞ୍ଚାୟତ ସମିତି ପତ୍ର ନମ୍ବର ୨୯୧ରେ ଜନ ପ୍ରତିନିଧିମାନଙ୍କୁ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରିଥିଲେ । ଚିଠି ନମ୍ବର ୨୯୦ରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ଯ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ ।

ନିମନ୍ତ୍ରଣ ଆଧାରରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଏବଂ ବୋଲଗଡ଼ ବ୍ଲକ ଅଧ୍ଯକ୍ଷା ପହଞ୍ଚିଥିବା ବେଳେ ବିଡିଓ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା। ଅପେକ୍ଷା ପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ମାତ୍ର ସାମୁହିକ ପ୍ୟାରେଡ ପାଇଁ ଉପସ୍ଥିତ ନଥିଲେ ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ର ଛାତ୍ର ଛାତ୍ରୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିବା ସହ ଦୀର୍ଘ ବର୍ଷର ଯେଉଁ ପରମ୍ପରା ରହିଥିଲା ତାକୁ ବନ୍ଦ କରି ଦେଇଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ବିଡିଓ ସୁମନ ସୁଧା କୁଣ୍ଡୁଙ୍କ ବିରୋଧରେ ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସି ଏହାକୁ ମଧ୍ୟ ଦୃଢ଼ ନିନ୍ଦା କରିଛନ୍ତି ବେଗୁନିଆ ବିଧାୟକ ।

ବିଡିଓଙ୍କ ଅନୁପସ୍ଥିତିକୁ ନେଇ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ କହିଛନ୍ତି, “ଏ ମାଟି ହେଉଛି ପାଇକ ବିଦ୍ରୋହର ମାଟି । ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ବୋଲଗଡ଼ । ଏହି ମାଟି ପ୍ରତି ଘୋର ଅପମାନ କରାଯାଇଛି । ଏଠାରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସାମୁହିକ ପ୍ୟାରେଡ ଆୟୋଜନ କରାଯାଇଥାଏ । ଯେଉଁଥିରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରନ୍ତି । ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଥାଏ , କିନ୍ତୁ ସେମିତି କିଛି ହୋଇନାହିଁ ବୋଲି କହିଛନ୍ତି ଅନ୍ୟ ଅଧିକାରୀ ଓ ଜନ ପ୍ରତିନିଧି ବୃନ୍ଦ । କେବଳ ତରତରିଆ ଭାବେ ଚିଠି କରି ନୀରବ ରହିଛି ବ୍ଲକ୍ ପ୍ରଶାସନ । ଏପରିକି ପ୍ୟାରେଡ ରେ ଛାତ୍ର ଛାତ୍ରୀ ଙ୍କୁ ସାମିଲ କରିବାକୁ ଜନଯାଇନି ବୋଲି କହିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ।କଣ ପାଇଁ ବ୍ଲକ ବିଡ଼ିଓ ଙ୍କ ଏହଭଳି ମନ ମାନି? କଣ ରହିଛି ଏହା ପଛର ଅସଲ ଉଦ୍ଦେଶ୍ୟ ? ଏହା ଭିତରେ ଲୁଚି ରହିଛି କି କିଛି ରାଜନୈତିକ ଅଭିସନ୍ଧି ? କାହିଁକି ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ନିମନ୍ତ୍ରଣ କରି ଅନୁପସ୍ଥିତ ରହିଲେ ବ୍ଲକ୍ ଅଧିକାରିଣୀ ? ଏହା ଅଞ୍ଚଳବାସୀଙ୍କ ମନରେ ଶକ୍ତ ଆଘାତ ଦେଇଛି କାହିଁକି ବନ୍ଦ ହେଲା ଏତେ ବର୍ଷର ପରମ୍ପରା ସେନେଇ ଏକାଠି ହୋଇଛନ୍ତି ବୋଲଗଡ ର ବୁଦ୍ଧିଜୀବୀ ଓ ସାମାଜିକ ଅନୁଷ୍ଠାନ ।ଘଟଣାର ଉପଯୁକ୍ତ ତଦନ୍ତ କରି ଦାୟୀ ବ୍ୟକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବୋଲଗଡ଼ ବିଡିଓ ସୁମନ ସୁଧା କୁଣ୍ଡୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ସମାଜସେବୀ ବୀର ଦାସ କହିଛନ୍ତି,” ବୋଲଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରୁ ବ୍ଲକ ସ୍ତରୀୟ ସାମୁହିକ ପ୍ୟାରେଡ ହୋଇଆସୁଛି । ହେଲେ ବିଡ଼ମ୍ବନାର ବିଷୟ ଚଳିତ ବର୍ଷ ବିଡିଓଙ୍କ ମନମାନୀ ଯୋଗୁଁ ଭାଙ୍ଗିଲା ବର୍ଷ ବର୍ଷ ର ପରମ୍ପରା ।

ଏ ଘଟଣା କୁ ନେଇ ବୋଲଗଡ ରେ ସୃଷ୍ଟି ହେଉଛି ଏକ ସାମାଜିକ ଆନ୍ଦୋଳନ । ଏକାଠି ହେଲେଣି ଜନତା .. ବନ୍ଧିଲେଣି ମେଳି ଯଦି ଏହା ଉପଯୁକ୍ତ ତଦନ୍ତ ନହୁଏ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଖୁବ୍ ଶୀଘ୍ର ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ଆନ୍ଦୋଳନ, ଜନ ପ୍ରତିନିଧି ମାନେ ନେବେ ଏକ ଚରମ ନିଷ୍ପତି ବୋଲି ଜଣାଇଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
