ଆର୍ ଡି ସି କଟକ ଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେଡି

ବିଜେପି ସରକାରରେ ବର୍ଷେ ଭିତରେ ମହିଳା ଓ ଛାତ୍ରୀ ଅସୁରକ୍ଷିତ। ରାଜ୍ୟରେ ନାବାଳିକାକୁ ଧର୍ଷଣ, ନାରୀ ନିର୍ଯାତନା ବଢିଚାଲିଥିଲା ବେଳେ ନିକଟରେ ଗୋପାଳପୁରରେ କଲେଜ ଛାତ୍ରୀକୁ ଗଣଧର୍ଷଣ ଓ ଚଳିତ ସପ୍ତାହରେ ଏଫ୍ଏମ୍ ଛାତ୍ରୀ ଆତ୍ମାହୂତି ଘଟଣା ସରକାରର ଚରମ ଅପାରଗତାକୁ ପଦାରେ ପକାଉଛି।  ଵଳଙ୍ଗାରେ ଜଣେ ନାବାଳିକା ଛାତ୍ରୀଙ୍କୁ ପୁଣି ଦୁର୍ବୃତ୍ତମାନେ ବଳଙ୍ଗା ଥାନାର ମାତ୍ର ୧ କିମି ଭିତରେ ଜାଳିଦେବା ଘଟଣା ସରଳାରର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଆଣିଛି ବିଜେଡି ।

ଏହା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି।ବିଜେଡି, ଛାତ୍ରୀ ମୃତ୍ୟୁର ନ୍ୟାୟ ପାଇଁ ବିଚାରବିଭାଗୀୟ ତଦନ୍ତ ଦାବି କରି ଏଥିରେ ସଂପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି ରଖୁଛି ବିଜେଡ଼ି ।

ଏଥୁପାଇଁ  ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କଟକ୍  ଆର୍‌ଡିସି ଅଫିସ ନିକଟସ୍ଥ ସନ ସାଇନ୍ ପଡିଆ ଠାରେ ପ୍ରତିବାଦ  ସଭା ଅନୁଷ୍ଠିତ ହେବା ସହ ବିଜେଡି ର ପ୍ରତିନିଧି ମଣ୍ଡଳୀ ଆର୍ ଡି ସି ଙ୍କୁ ସ୍ମାରକ ପତ୍ର   ପ୍ରଦାନ କରିଛନ୍ତି ।ଏହି ପ୍ରତିନିଧି ମଣ୍ଡଳୀ ରେ କଟକ ଆର୍ ଡି ସି ଅଧିନସ୍ଥ ସମସ୍ତ ଜିଲ୍ଲାର ବିଜେଡି ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ବିଧାୟକ ପ୍ରାର୍ଥୀ ଓ ଯୁବ, ଛାତ୍ର, ମହିଳା ନେତୃତ୍ୱ ମାନେ ସାମିଲ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *