ଖୋର୍ଦ୍ଧା: ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲା ଗ୍ରାମର ଡା ବସନ୍ତ କୁମାର ବାରିକ ଓ ପତ୍ନୀ କୃଷ୍ଣପ୍ରିୟାଙ୍କ ମଧ୍ୟମ ପୁତ୍ର ଅଜୟ ଡକ୍ଟରେଟ ଉପାଧି ହାସଲ କରି ବେଗୁନିଆ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି । ସୂଚନା ଅନୁଯାୟୀ କର୍ଣ୍ଣାଟକ ରାଜ୍ୟର ମଣିପାଲ ଏକାଡେମୀ ଅଫ ହାଇଅର ଏଜୁକେଶନର ଏମଆଇଏପି ପ୍ରଫେସର ଡ଼ା ସନ୍ତୋଷ ଚିଦାଙ୍ଗିଲଙ୍କ ତତ୍ବାବଧାନରେ ପ୍ରଫେସର ମୂରଲୀଧର ଭି ପାଇ ଓ ଡ଼ା ଅସିଫ ହଲି ବାଙ୍କାପୁର ଆସୋସିଏଟ ପ୍ରଫେସରଙ୍କ ସହ ତତ୍ବାବଧାନରେ ଗବେଷଣା କାର୍ଯ୍ୟକୁ ଜାରି ରଖିଥିଲେ। ଡ଼ା ଅଜୟ ଗବେଷଣାର ବିଷୟବସ୍ତୁ “ଡେଭଲପମେଣ୍ଟ ଆଣ୍ଡ ଡେମୋନଷ୍ଟ୍ରେସନ ଅଫ ଡିଭାଇସ ଫର ସର୍ଭାଇକାଲ କ୍ୟାନସର ଡିଟେକ୍ସନ ୟୁଜିଙ୍ଗ ଲେଜର ସ୍ପେକ୍ଟ୍ରୋସ୍କୋପି ମେଥଡସ”ର ସନ୍ଦର୍ଭଟିକୁ ଅତି ସୁନ୍ଦର ଭାବେ ପରିବେଷଣ କରିଥିଲେ । ଏହାକୁ କର୍ଣ୍ଣାଟକ ବିଶ୍ବବିଦ୍ୟାଳୟର ଫିଜିକ୍ସ ଡିପାର୍ଟମେଣ୍ଟର ପ୍ରଫେସର ଡ଼ା ସଞ୍ଜୀବ ଇନାମଦାର ଓ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ଼ା ରାମ ଅଞ୍ଜୋର ଯାଦବ ବିଚାର କରିବା ପରେ “ଡକ୍ଟରେଟ” ଉପାଧି ହାସଲ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳ ସମେତ ପରିବାର ସଦସ୍ୟ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
