ସମ୍ବେଦନଶୀଳ ଭାବେ ହେଉଛି ଗୋ ଚାଲାଣ : ଦୁଇ ଗୋ ମାତା ମୃତ

ଖୋର୍ଦ୍ଧା : ଏକ ନମ୍ବର ବିହୀନ ପିକ ଅପ୍ ଭ୍ୟାନ ରେ ହେଉଥିଲା ଗୋ ଚାଲାଣ । ବେଗୁନିଆ ବୋଲଗଡ ଅଞ୍ଚଳ ରୁ ଯଦୁପୁର କୁ ଚାଲାଣ ହେଉଥିବା ସୂଚନା ଦେଇଛନ୍ତି ବଜରଙ୍ଗ ଦଳ କର୍ମୀ ।

ଖୋର୍ଦ୍ଧା ପିତା ପଲ୍ଲୀ ନିକଟସ୍ଥ ଅଷ୍ଟ ବିନାୟକ ସୋ ରୁମ୍ ନିକଟରେ ଧରିଲେ ବଜରଙ୍ଗ ଦଳ କର୍ମୀ ।ଏହି ଗାଡ଼ି ରେ ୧୫ ଗୋରୁ ଥିବା ବେଳେ ଦେଖିଲା ବେଳକୁ ୨ଟି ଗୋରୁ ମୃତ୍ୟୁ ଅବସ୍ଥାରେ ଥିଲେ । ଅତି ନିର୍ମମ ଭାବେ ଗାଡ଼ି ବାନ୍ଧି ଥିବାଯୋଗୁ ହୋଇଛି ମୃତ୍ୟୁ । ଆଉ ୧୩ ଗୋରୁଙ୍କୁ ଅନ୍ୟ ଗାଡ଼ିକୁ ସ୍ଥାନାନ୍ତର କରି ଶିଳ୍ପାଞ୍ଚଳ ଥାନା ର ଜିମା ଦେଲେ କର୍ମୀ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now