ଖୋର୍ଦ୍ଧା:- ମା ମୋର ସବୁଠୁ ନିଜର l ମା’କୁ ମୁଁ ଯେତିକି ଭଲପାଏ ସେତିକି ବି ଗଛ କୁ ଭଲପାଏ ବୋଲି ଶିକ୍ଷକ କିଶୋର ପ୍ରଧାନ ତାଙ୍କ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ l

ବେଗୁନିଆ ବ୍ଲକ୍ ପଙ୍ଗ।ରସିଂ ପଞ୍ଚାୟତ ର ଚିରାମାରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମା ନାଁ ରେ ଗଛଟିଏ କାର୍ଯକ୍ରମ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି l

ସହକାରୀ ଶିକ୍ଷୟିତ୍ରୀ ଭାରତୀ ରାଉତ ଓ ବିପିନ ବିହାରୀ ସ୍ବାଇଁ ସହଯୋଗ କରିଥିଲେ l ମା ମାନଙ୍କ ମଧ୍ୟରେ ଜ୍ୟୋତ୍ସ୍ନାରାଣୀ ସାମଲ, କଳ୍ପନା ଖଣ୍ଡେଇ, କୁନି ମନ୍ତ୍ରୀ, ପ୍ରତିମା ମନ୍ତ୍ରୀ ଓ ପ୍ରମିଳା ମନ୍ତ୍ରୀ ସେମାନଙ୍କ ପିଲାଙ୍କ ସହିତ ଗଛ ଲଗେଇ ସେ ଗଛର ଦାୟିତ୍ଵ ନେବା ପାଇଁ ଶପଥ ନେଇଥିଲେ l

Subha Khabar is now on Whatsapp
Join and get latest news update delivered to you via whatsapp
Join Now