ବୋଲଗଡ,୧୩/୭(): ବୋଲଗଡ ବ୍ଲକ ଗେଡିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସାଲତରା ଗ୍ରାମର ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ଜୀବନାନନ୍ଦ ପାଣିଗ୍ରାହୀଙ୍କ ଆବାହକତ୍ବ ଓ ଶିକ୍ଷାବିତ୍ ନନ୍ଦକିଶୋର ଶୁକ୍ଳଙ୍କ ଅଧ୍ୟକ୍ଷତାରେ ଶ୍ରୀମଦ୍ଭାଗବତସଭାରେ ଭାଗବତର ପ୍ରଥମ ସ୍କନ୍ଧର ଦ୍ଵିତୀୟ ଅଧ୍ୟାୟ (ଭଗବତ୍କଥା ଓ ଭଗବତ୍ ଭକ୍ତିର ମାହାତ୍ମ୍ୟ) ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପଣ୍ଡିତ ବାନାମ୍ବର ପଣ୍ଡା, ଗୌରାଙ୍ଗ ଚରଣ ପଣ୍ଡା, ଗୋପୀନାଥ ପଣ୍ଡା, ପୀତବାସ ଶୁକ୍ଳ ଭାଗବତ ପଠନ କରିଥିବା ବେଳେ ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଡଃ ଅଖିଳେଶ ପ୍ରସାଦ ପଣ୍ଡା ପଣ୍ଡିତ ତପନ କୁମାର ପଣ୍ଡା, ଶ୍ରୀକାନ୍ତ କୁମାର ଦାଶ ଓ ବାବା ରାମ ନିରଞ୍ଜନ ରାମ ବ୍ୟାସକୃତ ଶ୍ରୀମଦ୍ଭାଗବତର ବ୍ୟାଖ୍ୟା କରିଥିଲେ। ସଭାରେ ସମିତିର ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କ ସମେତ ଶତାଧିକ ଭାଗବତ ପ୍ରେମୀ ଯୋଗ ଦେଇଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now