ଆଜିର ମୁଖ୍ୟ ଖବର  ୯ ଜୁଲାଇ, ବୁଧବାର

କଟକ ଜିଲ୍ଲାରେ ମା’ ଭଟ୍ଟାରିକାଙ୍କ ମନ୍ଦିରର ବେଢା ଛୁଇଁଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ।

ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ପଶ୍ଚିମ ଓଡ଼ିଶାରେ ଗତ କାଲିଠାରୁ ଅଳ୍ପ କମିଛି

ପୁରୀ ଶ୍ରୀମନ୍ଦିରରେ ରତ୍ନବେଦୀରେ ଭାଇଭଉଣୀଙ୍କ ସହ ଆସୀନ ହେଲେ ମହାପ୍ରଭୁ ଜଗନ୍ନାଥ। ଆଜିଠାରୁ ମିଳିବ ଅବଢ଼ା।

ଆସନ୍ତା କାଲି ମାସର ପୂର୍ଣ୍ଣଚନ୍ଦ୍ର ଦୃଶ୍ୟମାନ ହେବ । ଚନ୍ଦ୍ରର ଭ୍ରମ ଭାବରେ ଏକ ଅପ୍ଟିକାଲର ପ୍ରଭାବ ଦେଖାଯିବ। ଚନ୍ଦ୍ର ଦିଗନ୍ତ ନିକଟତର ହେଲେ ଅତ୍ୟନ୍ତ ବିଶାଳ ଦେଖାଯିବ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଆରମ୍ଭ ହେଲା ଅଲ୍‌ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ।

ପୁରୀରେ ରଥ ଉପରକୁ ମୋବାଇଲ ନେବା ଘଟଣାରେ ସାତଜଣ ସେବାୟତଙ୍କ ନାଁରେ ହେଲା ଏଫଆଇଆର

ରାଜ୍ୟରେ ୪ ଟି ସବ୍ ଜେଲ୍‌କୁ ବନ୍ଦ କରି ନିକଟସ୍ଥ ଜିଲ୍ଲା ଜେଲ୍‌ରେ ମିଶ୍ରଣ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ

ଆଜି ଦେଶବ୍ୟାପୀ ୧୨ ଘଣ୍ଟିଆ ଭାରତ ବନ୍ଦ। ଓଡ଼ିଶାରେ ଆଜି ଡ୍ରାଇଭର ମହାସଂଘ ଅଖ ଚକ ବନ୍ଦ କରିବେ।

ହୀରାକୁଦ ପାଣି ପଶିଲା ପରେ ମୁଣ୍ଡଳି ଜଳସ୍ତର ବଢୁଛି। ପ୍ରଭାବରେ ବାଙ୍କୀରେ ଅନେକ ଅଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା।

ବହୁ ବିଳମ୍ବରେ ଓଡ଼ିଶାରେ ଆରମ୍ଭ ହେଲା ବାଂଲାଦେଶୀ ରୋହିଙ୍ଗ୍ୟା ଚିହ୍ନଟ ପ୍ରକ୍ରିୟା। ଝାରସୁଗୁଡ଼ାରେ ୪୪୪ ଜଣ ଅଟକ। ପାରାଦୀପରେ ବି ଅଭିଯାନ ଆରମ୍ଭ

ଆସନ୍ତା କାଲି ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ରଥଯାତ୍ରା ଦଳାଚକଟା ଘଟଣାର ଭିଡିଓ ଦାଖଲ କରିବେ ଆଗ୍ରହୀ ବ୍ୟକ୍ତି। ଶହଶହ ନୂଆ ସରକାରୀ ସିସିଟିଭିରୁ ତଥ୍ୟ ମିଳୁନି

ହୀରାକୁଦର ଉପର ମୁଣ୍ଡରେ ବନ୍ୟାଜଳ କମିବାରୁ ୪ଟି ଗେଟ୍‌ ବନ୍ଦ। ଏବେ ୧୬ଟି ଗେଟ୍‌  ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି।

କଟକ ମେଡ଼ିକାଲର ଏଫ୍‌ଏମ୍‌ଟି ବିଭାଗ ପ୍ରଫେସରଶୂନ୍ୟ। ପ୍ରଭାବିତ ହେବ ପାଠପଢ଼ା ଓ ଶବ ବ୍ୟବଚ୍ଛେଦ।

ଦେଶ ସୁରକ୍ଷା  ତଥ୍ୟ ପାକିସ୍ତାନୀ ମହିଳାଙ୍କୁ ଦେବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଚାନ୍ଦିପୁର ଡିଆରଡିଓର ଅପରେଟର ବସନ୍ତ ବେହେରାକୁ ହାଇକୋର୍ଟ ଜାମିନ ଦେଲେ

ନବରଙ୍ଗପୁରରୁ ଉମରକୋଟ ୪୦ ନମ୍ବର ରାଜ୍ୟ ରାଜପଥରେ ଧୋଇଗଲା ଅସ୍ଥାୟୀ ପୋଲ, ଯାତାୟାତ ଠପ୍‌।

ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟରେ ଆଉ ଗର୍ଜୁନି ଡାଇନୋସର ମୂର୍ତ୍ତି। ତିଆରି ହେବାର ବର୍ଷେ ଭିତରେ ଖରାପ ହୋଇଗଲା।

ଭୁବନେଶ୍ୱର ଓ ଜଟଣୀରେ ସରକାରୀ ଓ ବେସରକାରୀ ଜମିକୁ ବେଆଇନ୍ ରେକର୍ଡଭୁକ୍ତ କରିଛନ୍ତି ତହସିଲ କର୍ମଚାରୀ। ଧରିଲେ ରାଜସ୍ବ ପର୍ଷଦ ଅତିରିକ୍ତ ଆୟୁକ୍ତ

ଗଞ୍ଜାମ ଦିଗପହଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି, ଆଉ ୧୦ ଆକ୍ରାନ୍ତ ଚିହ୍ନଟ।

ନୂଆପଡା ସିନାପାଲି ଡୁଙ୍ଗୁରି ଜଙ୍ଗଲରେ ମାଓକ୍ୟାମ୍ପ ଠାବ। ଟିଫିନ ବୋମା, ୨୦ ଜିଲୋଟିନ୍‌ ସହ ବିପୁଳ ବିସ୍ଫୋରକ ଜବତ

ୟୁପି ଝାନସୀରେ ଅନ୍ତିମ ସଂସ୍କାର ପ୍ରସ୍ତୁତି ସମୟରେ ମୃତଦେହ ଉପରେ ଛିଞ୍ଚାଗଲା ଗଙ୍ଗା ପାଣି, ଜିଇଁ ଉଠିଲେ ମୃତ ବୃଦ୍ଧା।

ବିହାରରେ ସରକାରୀ ଚାକିରିରେ ମହିଳାଙ୍କୁ ୩୫% ସଂରକ୍ଷଣ ଘୋଷଣା କଲେ ନୀତିଶ ସରକାର।

ପଞ୍ଜାବରେ ମାନ ସରକାରଙ୍କ ଘୋଷଣା, ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା, ସରକାରୀ କର୍ମଚାରୀ ବି ପାଇବେ ସୁବିଧା।

ଜୁଲାଇ ୧୧ରୁ ୨୩ ପର୍ଯ୍ୟନ୍ତ ହେବାକୁ ଥିବା କାଉଡ଼ିଆ ଯାତ୍ରା ପାଇଁ ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ ରହିବ ବୋଲି ବିଜେପି ନେତାଙ୍କ ଘୋଷଣା

ଦିଲ୍ଲୀରେ ନଭେମ୍ବର ୧ ପର୍ଯ୍ୟନ୍ତ ସ୍ଥଗିତ ରହିଲା ପୁରୁଣା ଗାଡ଼ିକୁ ପେଟ୍ରୋଲ ଓ ଡିଜେଲ ନଦେବା ଅଭିଯାନ

୨୦୧୯ରେ ହୋଇଥିବା ପୁଲୱାମା ଆକ୍ରମଣରେ ବ୍ୟବହୃତ ବିସ୍ଫୋରକଗୁଡ଼ିକ ଆମାଜନ ସାଇଟରୁ ଆତଙ୍କବାଦୀ କିଣିଥିଲେ ବୋଲି ଗୁଇନ୍ଦା ସଂସ୍ଥାର ପ୍ରକାଶ

ତଥ୍ୟରୁ ପ୍ରକାଶ, କ୍ରେଡିଟ କାର୍ଡ ଓ ଲୋନ ଇଏମମଆଇ କବଜାରେ ମଧ୍ୟବିତ୍ତ ଭାରତୀୟ ଫସିଛନ୍ତି।

ପାକିସ୍ତାନର ପେଶାୱର ସହରରେ ଭୟଙ୍କର ଅଗ୍ନିକାଣ୍ଡ , ୫ ମୃତ, ଅନେକ ଆହତ।

ଆଜି ଜନ୍ମଦିନ: ସଂଜୀବ କୁମାର, ଗୁରୁ ଦତ୍ତ, ସଂଗୀତା ବିଜଲାନୀ, ତବସୁମ

ଇତିହାସରେ ଆଜି ଦିନ: (୧୮୭୫) ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପ୍ରତିଷ୍ଠା ହେଲା/ (୧୮୭୭) ଇଂଲଣ୍ଡରେ ଉଇମ୍ବେଲଡ଼ନ ଟେନିସ ଟୁର୍ଣ୍ଣାମେଣ୍ଟ ଆରମ୍ଭ/ (୧୯୪୪) ଆଜାଦ ହିନ୍ଦ ଫୌଜର ମୁଖ୍ୟ ହେଲେ ସୁଭାଷ ବୋଷ, ସ୍ୱାଧୀନ ଭାରତ ପ୍ରତିଷ୍ଠା କଲେ/ (୧୯୫୧) ଭାରତରେ ପ୍ରଥମ ପଂଚବାର୍ଷିକ ଯୋଜନା ଆରମ୍ଭ ହେଲା/ (୧୮୪୬) ମେକ୍ସିକୋ ଠାରୁ ସାନ ଫ୍ରାନସିସ୍କୋ ନେଇଗଲା ଆମେରିକା

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *