ଖୋର୍ଦ୍ଧା:- ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୬ ତମ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ ସହ ସାଧାରଣ ସଭା ହୋଇଛି। ଏଥିରେ ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ନାରାୟଣ ମାନସିଂହଙ୍କ ସଂଯୋଜନାରେ ବେଗୁନିଆ ବନପାଳ ପ୍ରିୟଦର୍ଶିନୀ ସେଠୀ ମୁଖ୍ୟ ଅତିଥି, ଶିକ୍ଷାବିତ କୈଳାସ ନାଥ ସୁବୁଦ୍ଧି ମୁଖ୍ୟବକ୍ତା, ଆଲୁମିନି କମିଟି ସଦସ୍ୟ ବଂଶୀଧର ପାଣିଗ୍ରାହୀ ଓ ପରିଚାଳନା କମିଟି ସଭାପତି ପ୍ରଭାତ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପରିବେଶ ସନ୍ତୁଳନ ରକ୍ଷା କରିବାକୁ ହେଲେ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ କରିବା ସହ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।

ସଭାର ପ୍ରାରମ୍ଭରେ ବିଭିନ୍ନ କିସମର ବୃକ୍ଷ ରୋପଣ କରା ଯାଇଥିବା ବେଳେ ଶିକ୍ଷକ ମାନସ ରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now