ଖୋର୍ଦ୍ଧା: – (ଶୁଭ ଖବର)ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟରେ ଗତ ୧ ରୁ ୭ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପି ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି ।

ଏହି ଅବସରରେ ବନ ମହୋତ୍ସବ ସପ୍ତାହର ଶେଷ ଦିବସରେ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ପ୍ରଜ୍ଞା ପରମିତା ଜେନା ଓ ରଶ୍ମିବାଳା ପରିଡ଼ା ଯୋଗ ଦେଇଥିଲେ ।

ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ବୃକ୍ଷରୋପଣ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଯାଇଥିଲା । ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଭୁ ପ୍ରସାଦ ସେନାପତିଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିଦ୍ୟାଳୟର ଏନ୍ସିସି କ୍ୟାଡେଟ, ଇକୋ କ୍ଲବ ଓ ଶକ୍ତି କ୍ଲବ ର ପିଲାମାନେ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ଇକୋ କ୍ଲବ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସାହୁ, ଶକ୍ତି କ୍ଲବ ଶିକ୍ଷୟତ୍ରୀ ପୁଷ୍ପଲତା ପାତ୍ର, ଶିକ୍ଷୟତ୍ରୀ ସବିତା ଦାସ, ସ୍ନିଗ୍ଧାମୟୀ ଦାସ, ରୋଜାଲିନ ରାଉତରାୟ, ନିବେଦିତା ଛୁଆଳସିଂହ, ଶିକ୍ଷକ ଚନ୍ଦ୍ରକାନ୍ତ ଦାସ, ଜଗନ୍ନାଥ ରାଉତ ଓ ଏମ ଡି ଖତିବୁଦ୍ଦିନ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
