ଖୋର୍ଦ୍ଧା: – ଖୋର୍ଦ୍ଧା ପୌରାଂଚଳ ଅନ୍ତର୍ଗତ ଗଡଖୋର୍ଦ୍ଧା ଠାରେ ଶ୍ରୀ ଶ୍ରୀ ରଘୁନାଥ ଦେବ ପରିଚାଳନା ସମିତି ପକ୍ଷରୁ ଚାଲିଥିବା ରାମନାଟକ ଉଦଯାପିତ ହୋଇଛି । ଅତିଥିଭାବେ ଛାତ୍ରନେତା ତଥା ଯୁବନେତା ସୁନୀଲ ପ୍ରଧାନ, ରଞ୍ଜନ ମାର୍ଥା, ରଘୁନାଥ ପାତ୍ର, ଆଲୋକ ମଲ୍ଲ ପ୍ରମୁଖ ଯୋଗଦେଇ ମଂଚ ଉଦଘାଟନ କରିଥିଲେ । କଳାକାରଙ୍କ ଦ୍ୱାରା ପର୍ଶୁରାମ ଭେଟ, ସୀତା ବିବାହ ଓ ରାମ ବନବାସ ଏବଂ ଲଙ୍କାଦହନ ନାଟକ ମଂଚସ୍ଥ କରାଯାଇଥିବାବେଳେ ଶେଷଦିନ ମର୍ଯ୍ୟଦାପୁରୁଷୋତମ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଓ ମାତା ସୀତା, ଭରତ, ଲକ୍ଷ୍ମଣ, ଶତୃଘ୍ନଙ୍କ ସମେତ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା । ନଗର ପରିକ୍ରମା ବେଳେ ଅଯୋଧ୍ୟା ଶିରୋମଣିଙ୍କ ଦର୍ଶନ ପାଇଁ ରାସ୍ତାର ଦୁଇପାଶ୍ୱର୍ରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିବାବେଳେ ରାମମୟ ହୋଇଥିଲା ପଥ । ପ୍ରତିସ୍ଥାନରେ ପୁଷ୍ପବର୍ଷା ସାଙ୍ଗକୁ ଜୟ ଶ୍ରୀ ରାମ ନାରା ଶୁଣିବାକୁ ମିଳିଥିଲା । ସାଂସ୍କୃତିକ ମଂଚ କୁ ରାଜେନ୍ଦ୍ର ସ୍ୱାଇଁ, ମନୋଜ ମହାପାତ୍ର, ପ୍ରଭୁଦତ ଖୁଁଟିଆ ପ୍ରମୁଖ ପରିଚାଳନା କରିଥିବାବେଳେ ସୌଭାଗ୍ୟ ରାଉତରାୟ, ବିଶ୍ୱଜିତ ମାର୍ଥା, ଅନୀଲ ସ୍ୱାଇଁ, ରାହୁଲ ପଟ୍ଟନାୟକଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now