ଚୂଡ଼ାନ୍ତ ଭୋଟର ତାଲିକାରେ ଖୋର୍ଦ୍ଧାରେ ୮,୫୪୬ ନୂଆ ଭୋଟର ଜଟଣୀରେ ସର୍ବାଧିକ ୨,୧୭୧ ; ମହିଳା ଭୋଟର ଙ୍କ ସଂଖ୍ୟା ୪,୭୧୭; ଜିଲ୍ଲାରେ ମୋଟ ଭୋଟର ୧୦.୬୦ ଲକ୍ଷ

ଦିଲୀପ କୁମାର ପଟ୍ଟନାୟକ

Advertisement

ଖୋର୍ଦ୍ଧା, ୨୧/୯: ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ପରେ ଖୋର୍ଦ୍ଧା ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚିଠା ତାଲିକା ତୁଳନାରେ ଚୂଡ଼ାନ୍ତ ତାଲିକାରେ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୮,୫୪୬ ଜଣ ଭୋଟର ବୃଦ୍ଧି ପାଇଛନ୍ତି। ଫଳରେ ଏବେ ଏହି ୫ଟି ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୧୦ ଲକ୍ଷ ୬୦ ହଜାର ୧୩୭ରେ ପହଞ୍ଚିଛି।
ଚିଠା ତାଲିକାରେ ମୋଟ ୧୦ ଲକ୍ଷ ୫୧ ହଜାର ୫୯୧ ଭୋଟର ଥିବାବେଳେ ଚୂଡ଼ାନ୍ତ ତାଲିକାରେ ଏହା ୧୦ ଲକ୍ଷ ୬୦ ହଜାର ୧୩୭କୁ ବୃଦ୍ଧି ପାଇଛି। ଅର୍ଥାତ୍ ସଂଶୋଧନ ପ୍ରକ୍ରିୟା ପରେ ତାଲିକାରେ ନିଟ୍ ୮,୫୪୬ ଜଣ ଭୋଟର ଯୋଡ଼ି ହୋଇଛନ୍ତି।
ଚୂଡ଼ାନ୍ତ ତାଲିକାରେ ୫ ଲକ୍ଷ ୪୯ ହଜାର ୩୯୧ ପୁରୁଷ, ୫ ଲକ୍ଷ ୧୦ ହଜାର ୬୭୦ ମହିଳା ଏବଂ ୭୬ ଜଣ ଅନ୍ୟାନ୍ୟ ବର୍ଗର ଭୋଟର ରହିଛନ୍ତି। ଚିଠା ତାଲିକାରେ ପୁରୁଷ ଭୋଟର ୫ ଲକ୍ଷ ୪୫ ହଜାର ୫୬୪, ମହିଳା ଭୋଟର ୫ ଲକ୍ଷ ୫ ହଜାର ୯୫୩ ଏବଂ ଅନ୍ୟାନ୍ୟ ବର୍ଗର ଭୋଟର ୭୪ ଜଣ ଥିଲେ। ଏହି ହିସାବରେ ପୁରୁଷ ଭୋଟର ୩,୮୨୭, ମହିଳା ଭୋଟର ୪,୭୧୭ ଏବଂ ଅନ୍ୟାନ୍ୟ ବର୍ଗର ଭୋଟର ୨ ଜଣ ବୃଦ୍ଧି ପାଇଛନ୍ତି।


ନିର୍ବାଚନମଣ୍ଡଳୀ ଅନୁଯାୟୀ ଜଟଣୀରେ ସର୍ବାଧିକ ୨,୧୭୧ ଜଣ ଭୋଟର ବୃଦ୍ଧି ପାଇଛନ୍ତି। ଚିଠା ତାଲିକାରେ ଏଠାରେ ୨ ଲକ୍ଷ ୨୪ ହଜାର ୮୭ ଭୋଟର ଥିବାବେଳେ ଚୂଡ଼ାନ୍ତ ତାଲିକାରେ ଏହା ୨ ଲକ୍ଷ ୨୬ ହଜାର ୨୫୮ରେ ପହଞ୍ଚିଛି। ପୁରୁଷ ଭୋଟର ୯୫୭ ଏବଂ ମହିଳା ଭୋଟର ୧,୨୧୨ ଜଣ ବୃଦ୍ଧି ପାଇଛନ୍ତି। ଅନ୍ୟାନ୍ୟ ବର୍ଗର ଭୋଟର ମଧ୍ୟ ୨ ଜଣ ବଢ଼ିଛନ୍ତି।
ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀରେ ଚିଠା ତାଲିକାରେ ୨ ଲକ୍ଷ ୩୧ ହଜାର ୧୨୨ ଭୋଟର ଥିଲେ। ଚୂଡ଼ାନ୍ତ ତାଲିକାରେ ଏହି ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୯୩ରେ ପହଞ୍ଚିଛି। ଏଠାରେ ମୋଟ ୧,୮୭୧ ଭୋଟର ବୃଦ୍ଧି ପାଇଛନ୍ତି। ପୁରୁଷ ଭୋଟର ୮୪୪ ଏବଂ ମହିଳା ଭୋଟର ୧,୦୨୭ ଜଣ ବଢ଼ିଛନ୍ତି।
ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀରେ ଚିଠା ତାଲିକାର ୨ ଲକ୍ଷ ୨୦ ହଜାର ୧୧ ଭୋଟର ସଂଖ୍ୟା ଚୂଡ଼ାନ୍ତ ତାଲିକାରେ ୨ ଲକ୍ଷ ୨୧ ହଜାର ୮୫୬କୁ ବୃଦ୍ଧି ପାଇଛି। ଅର୍ଥାତ୍ ୧,୮୪୫ ଜଣ ଭୋଟର ବଢ଼ିଛନ୍ତି। ଏଥିରେ ପୁରୁଷ ଭୋଟର ୮୪୧ ଏବଂ ମହିଳା ଭୋଟର ୧,୦୦୪ ଜଣ ଅଛନ୍ତି।
ଜୟଦେବ ନିର୍ବାଚନମଣ୍ଡଳୀରେ ଚିଠା ତାଲିକାରେ ୧ ଲକ୍ଷ ୭୩ ହଜାର ୧୨୨ ଭୋଟର ଥିବାବେଳେ ଚୂଡ଼ାନ୍ତ ତାଲିକାରେ ଏହା ୧ ଲକ୍ଷ ୭୪ ହଜାର ୫୮୮କୁ ବୃଦ୍ଧି ପାଇଛି। ଏଠାରେ ମୋଟ ୧,୪୬୬ ଭୋଟର ବଢ଼ିଛନ୍ତି। ପୁରୁଷ ଭୋଟର ୬୨୬ ଏବଂ ମହିଳା ଭୋଟର ୮୪୦ ଜଣ ବୃଦ୍ଧି ପାଇଛନ୍ତି।


ବେଗୁନିଆ ନିର୍ବାଚନମଣ୍ଡଳୀରେ ଚିଠା ତାଲିକାର ୨ ଲକ୍ଷ ୩ ହଜାର ୨୪୯ ଭୋଟର ଚୂଡ଼ାନ୍ତ ତାଲିକାରେ ୨ ଲକ୍ଷ ୪ ହଜାର ୪୪୨ରେ ପହଞ୍ଚିଛନ୍ତି। ଏଠାରେ ୧,୧୯୩ ଭୋଟର ବୃଦ୍ଧି ପାଇଛନ୍ତି। ପୁରୁଷ ଭୋଟର ୫୫୯ ଏବଂ ମହିଳା ଭୋଟର ୬୩୪ ଜଣ ବଢ଼ିଛନ୍ତି।
ଚିଠାରୁ ଚୂଡ଼ାନ୍ତ ତାଲିକା ମଧ୍ୟରେ ଜିଲ୍ଲାରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ ବୃଦ୍ଧି ପାଇଛି। ମହିଳା ଭୋଟର ୫ ଲକ୍ଷ ୫ ହଜାର ୯୫୩ରୁ ବୃଦ୍ଧି ପାଇ ୫ ଲକ୍ଷ ୧୦ ହଜାର ୬୭୦ରେ ପହଞ୍ଚିଛନ୍ତି। ଅର୍ଥାତ୍ ୪,୭୧୭ ଜଣ ମହିଳା ଭୋଟର ବଢ଼ିଛନ୍ତି। ସେହିପରି ପୁରୁଷ ଭୋଟର ୩,୮୨୭ ଜଣ ବଢ଼ିଥିବାବେଳେ ଅନ୍ୟାନ୍ୟ ବର୍ଗର ଭୋଟର ୨ ଜଣ ବୃଦ୍ଧି ପାଇଛନ୍ତି।
ପାଞ୍ଚଟି ନିର୍ବାଚନମଣ୍ଡଳୀ ମଧ୍ୟରେ ଜଟଣୀରେ ୨,୧୭୧, ଖୋର୍ଦ୍ଧାରେ ୧,୮୭୧, ଚିଲିକାରେ ୧,୮୪୫, ଜୟଦେବରେ ୧,୪୬୬ ଏବଂ ବେଗୁନିଆରେ ୧,୧୯୩ ଜଣ ଭୋଟର ବୃଦ୍ଧି ପାଇଛନ୍ତି। ଏହି ବୃଦ୍ଧିକୁ ମିଶାଇ ଜିଲ୍ଲାରେ ମୋଟ ୮,୫୪୬ ଭୋଟର ଯୋଡ଼ି ହୋଇଛନ୍ତି।
ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲେ ମଧ୍ୟ ଯୋଗ୍ୟ ନାଗରିକମାନେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଭୋଟର ତାଲିକାରେ ନାମ ସଂଯୋଜନ, ସଂଶୋଧନ, ସ୍ଥାନାନ୍ତର କିମ୍ବା ନାମ ବାଦ ପାଇଁ ଆବେଦନ କରିପାରିବେ। ଅନଲାଇନ୍ ମାଧ୍ୟମରେ ମଧ୍ୟ ଏଥିପାଇଁ ଆବେଦନ କରିବାର ସୁଯୋଗ ରହିଛି।
ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଦାବି ଓ ଆପତ୍ତି ସମ୍ପର୍କିତ ନିଷ୍ପତ୍ତିର ପୁନଃବିଚାର ପାଇଁ ମଧ୍ୟ ଅପିଲ୍ ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଥମ ଅପିଲ୍ ଜିଲ୍ଲାପାଳଙ୍କ ନିକଟରେ ଏବଂ ଦ୍ୱିତୀୟ ଅପିଲ୍ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିକଟରେ କରାଯାଇପାରିବ।
ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦନ ପାଇଁ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବୁଥ୍‌ସ୍ତରୀୟ ଅଧିକାରୀ, ବୁଥ୍‌ସ୍ତରୀୟ ଏଜେଣ୍ଟ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।
ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ଖୋର୍ଦ୍ଧା ଜିଲ୍ଲାର ଏହି ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୧୦ ଲକ୍ଷ ୬୦ ହଜାର ୧୩୭ ହୋଇଛି। ଏଥିରେ ୫ ଲକ୍ଷ ୪୯ ହଜାର ୩୯୧ ପୁରୁଷ, ୫ ଲକ୍ଷ ୧୦ ହଜାର ୬୭୦ ମହିଳା ଏବଂ ୭୬ ଜଣ ଅନ୍ୟାନ୍ୟ ବର୍ଗର ଭୋଟର ରହିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *