ଓପନଏଆଇ ସିଲେକ୍ଟ ପାର୍ଟନର ହେଲା ଭୁବନେଶ୍ୱରର କ୍ରୁଟୋ

ଏଆଇ ପ୍ରଡକ୍ଟ ଇଞ୍ଜିନିୟରିଂରେ ନୂଆ ମାଇଲଖୁଣ୍ଟ

Advertisement

ଦିଲୀପ କୁମାର ପଟ୍ଟନାୟକ

ଖୋର୍ଦ୍ଧା, ୨୩/୯: ଓଡ଼ିଶାର ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଟେକ୍ନୋଲୋଜି କମ୍ପାନୀ ‘କ୍ରୁଟୋ’ ଏଆଇ କ୍ଷେତ୍ରରେ ଆଉ ଏକ ନୂଆ ସଫଳତା ହାସଲ କରିଛି। ବିଶ୍ୱର ଅଗ୍ରଣୀ କୃତ୍ରିମ ପ୍ରଜ୍ଞା (ଏଆଇ) ପ୍ରତିଷ୍ଠାନ ଓପନଏଆଇର ଅଫିସିଆଲ୍ ପାର୍ଟନର ନେଟୱର୍କରେ କ୍ରୁଟୋକୁ ‘ଓପନଏଆଇ ସିଲେକ୍ଟ ପାର୍ଟନର’ ଭାବେ ସାମିଲ କରାଯାଇଛି। ଏହି ସ୍ୱୀକୃତି କ୍ରୁଟୋର ଏଆଇ ପ୍ରଡକ୍ଟ ଇଞ୍ଜିନିୟରିଂ ଓ ପ୍ରଯୁକ୍ତି ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଓପନଏଆଇ ପାର୍ଟନର ନେଟୱର୍କ ମାଧ୍ୟମରେ ବିଭିନ୍ନ ବ୍ୟବସାୟ ଓ ପ୍ରତିଷ୍ଠାନ ସହ ମିଳିତ ଭାବେ ଏଆଇ ଭିତ୍ତିକ ସମାଧାନ ଓ ପ୍ରଡକ୍ଟ ବିକାଶ ଉପରେ ଗୁରୁତ୍ୱ ଦିଆଯାଏ। ସିଲେକ୍ଟ ପାର୍ଟନର ଭାବେ କ୍ରୁଟୋ ଏଣିକି ଓପନଏଆଇର ପ୍ରଯୁକ୍ତି ଓ ମଡେଲ୍‌ର ବ୍ୟବହାର କରି ବିଭିନ୍ନ ବ୍ୟବସାୟିକ ଆବଶ୍ୟକତା ପାଇଁ ଉନ୍ନତ ଏଆଇ ସମାଧାନ ବିକଶିତ କରିବାରେ ସହଯୋଗ କରିବ।
ଏହି ସଫଳତା ସମ୍ପର୍କରେ କ୍ରୁଟୋର ସିଇଓ ତଥା ସହ-ପ୍ରତିଷ୍ଠାତା ନିହାର ରାଉତ କହିଛନ୍ତି ଯେ, ବର୍ତ୍ତମାନ ଗ୍ରାହକମାନେ କେବଳ ଏଆଇ କାମ କରୁଛି କି ନାହିଁ, ତାହା ଜାଣିବାରେ ସୀମିତ ନାହାନ୍ତି। ସେମାନେ ନିଜ ପ୍ରଡକ୍ଟ ଓ କାର୍ଯ୍ୟପ୍ରଣାଳୀରେ ଏଆଇକୁ କିପରି ସଫଳତାର ସହ ସାମିଲ କରିପାରିବେ, ସେଥିପ୍ରତି ଅଧିକ ଆଗ୍ରହୀ। ଓପନଏଆଇ ସହ ସହଯୋଗ ଦ୍ୱାରା ଧାରଣାରୁ ଆରମ୍ଭ କରି ଏକ ସଫଳ ପ୍ରଡକ୍ଟ ବିକାଶ ପର୍ଯ୍ୟନ୍ତ ସମୟକୁ ଆହୁରି କମାଇବା ସମ୍ଭବ ହେବ ବୋଲି ସେ କହିଛନ୍ତି।


ଭୁବନେଶ୍ୱରରେ ମୂଳଦୁଆ ପକାଇଥିବା କ୍ରୁଟୋ ବର୍ତ୍ତମାନ ଭାରତ ସମେତ ୟୁଏଇ, ଆମେରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଦେଶର ଷ୍ଟାର୍ଟଅପ୍ ଏବଂ ବୃହତ୍ କମ୍ପାନୀ ପାଇଁ ମୋବାଇଲ୍ ଓ ୱେବ୍ ଆପ୍ଲିକେସନ୍ ସହିତ ଏଆଇ ଭିତ୍ତିକ ପ୍ରଡକ୍ଟ ବିକାଶ କରୁଛି। ପ୍ରଯୁକ୍ତି ଓ ଏଆଇ ଇଞ୍ଜିନିୟରିଂ କ୍ଷେତ୍ରରେ କମ୍ପାନୀର ଏହି ବିସ୍ତାର ଏହାକୁ ଅନ୍ତର୍ଜାତୀୟ ବଜାରରେ ନୂଆ ସୁଯୋଗ ଦେଇଛି।
ଓପନଏଆଇ ସିଲେକ୍ଟ ପାର୍ଟନର ଭାବେ ମାନ୍ୟତା ପାଇବା ପରେ କ୍ରୁଟୋ ଆଗାମୀ ଦିନରେ ଏଆଇ ସେବାକୁ ଆହୁରି ବ୍ୟାପକ କରିବା ସହ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ଅଧିକ ଉନ୍ନତ ଓ ପ୍ରଭାବଶାଳୀ ଏଆଇ ସମାଧାନ ବିକଶିତ କରିବା ଦିଗରେ କାର୍ଯ୍ୟ କରିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *