ଖୋର୍ଦ୍ଧା,(୨୮/୧୨):- ଖୋର୍ଦ୍ଧା ନମ୍ବର ୨ ବିଦ୍ୟୁତ ବିଭାଗ କର୍ମଚାରୀ ବିଦ୍ୟୁତ ଶୁଳ୍କ ଆଦାୟ କରିବା ପାଇଁ କେରଙ୍ଗ ଗ୍ରାମର ଆଦିବାସୀ ସାହିକୁ ଯାଇଥିଲେ ସେଠାରେ ବିଦ୍ୟୁତ ଶୁଳ୍କ ଆଦାୟ ସମୟରେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି ।

ସେଠାରେ କାର୍ଯ୍ୟରତ କର୍ମଚାରୀ ମାନେ ହେଲେ କୟାମ ଖାନ,ପ୍ରଭାତ ବେହେରା, କିରଣ କୁମାର ସେଠି, ରଞ୍ଜନ ସିଂ, ଦୀପକ ବାରିକ, ପ୍ରଫୁଲ ରଣା ଏ ମାନଙ୍କୁ ଆକ୍ରମଣ କରିଛନ୍ତି ଏପରି କି ପଥର ମାରି କାୟମ ଖାନଙ୍କୁ ଆଘାତ କରିଛନ୍ତି ଯାହାଦ୍ୱାରା କୟାମ ଖାନଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି । ସେ ଖୋର୍ଦ୍ଧା ମୁଖ୍ୟ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି!ବଡ଼ ଦୁଃଖର କଥା ସେଠାରେ ସରପଞ୍ଚଙ୍କ ଉପସ୍ଥିତିରେ ସବୁ ଘଟିଛି ବୋଲି ସୂଚନା ମିଳିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
