ଜିଲ୍ଲା ସ୍ତରୀୟ “ଏକ ବୃକ୍ଷ ଧରିତ୍ରୀ ମା ପାଇଁ” ଅଭିଯାନ ଶୁଭାରମ୍ଭ

ଖୋର୍ଦ୍ଧା, (୧୭/୦୯):- ଖୋର୍ଦ୍ଧା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଲ୍ଲା ତୋଟାପଡା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ  ଆମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ “ଏକ ପେଡ୍ ମାଁ କେ ନାମ୍” ଯୋଜନା ଅଧୀନ “ଗୋଟିଏ ବୃକ୍ଷ  ମା ଧରିତ୍ରୀ ପାଇଁ”ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି l

ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ପୂର୍ତ୍ତ, ଆଇନ ଓ ଅବକାରୀ ପୃଥିବୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋର୍ଦ୍ଧା  ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲା ପରିଷଦ ସଭାପତି  ରୁପଶ୍ରୀ ରାଣୀ ଗୁମାନ ସିଂହ, ବନଖଣ୍ଡ ଅଧିକାରୀ, ଖୋର୍ଦ୍ଧା, ଲାଡେ ଗଜାନନ ଦୟାନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା  ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଖୋର୍ଦ୍ଧା ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ, ମଣ୍ଡଳ ଉନ୍ନୟନ ଅଧିକାରୀ, ଖୋର୍ଦ୍ଧା କ୍ଷୀରାଦ୍ଵୀ ତନୟା ସାହୁ, ପଲ୍ଲାତୋଟାପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ମନପ୍ରିତ୍ ମହାନ୍ତି ପ୍ରମୁଖ ଯୋଗଦେଇ ଧରିତ୍ରୀ ମା ଏବଂ ସମସ୍ତ ଜୀବଜଗତ ସୁରକ୍ଷା ପାଇଁ ଗିରାଙ୍ଗ, ଜାମ୍ମୁ, କଦମ୍ବ, ଅର୍ଜୁନଓ ସିଶୁ ଆଦି ବୃକ୍ଷ ଚାରା ରୋପଣ କରିଥିଲେ l

ଏହି ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ପୃଥିବୀ ରାଜ ହରିଚନ୍ଦନ,ମୁଖ୍ୟ ବକ୍ତା ଭାବେ  ବିଧାୟକ ଖୋର୍ଦ୍ଧା  ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍  ଋତୁରାଜ, ସମସ୍ତ ସମ୍ମାନିତ ଅତିଥି ବୃନ୍ଦ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଧାରା ପୃଷ୍ଠ ସବୁଜମୟ ହେଉ କାମନା କରିଥିଲେ l ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୃଥିବୀ ପୃଷ୍ଠରେ ବୃକ୍ଷ ରୋପଣ ର ଯୋଜନା ଏକ ପେଡ ମାଁ କେ ନାମ୍ ଏକ ମହତ୍ ଏବଂ ଆଧ୍ୟାତ୍ମିକ ଯୋଜନା ହୋଇଥିବା ବେଳେ ଧରା ପୃଷ୍ଠକୁ ସବୁଜିମା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ମାନ୍ୟବର ବିଧାୟକ  ପ୍ରଶାନ୍ତ କୁମାର ଜଗଦେବ କହିଲେଜେ ବୃକ୍ଷ ହିଁ ଜୀବନ,ମା ଗର୍ଭରୁ ଆମେ ଆସିଲା ପର ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆମର ବିଶୁଦ୍ଧ ଅମ୍ଳଯାନ ଆବଶ୍ୟକ ପଡିଥାଏ l ଆଧୁନିକରଣ ଜଗତିରେ ଆମେ ଯେତିକି ଆଗକୁ ବଢ଼ୁଛେ ସେହି ଅନୁପାତରେ ସୁସ୍ଥ ଶରୀର, ନିରାମୟ ଜୀବନ ପାଇଁ ବୃକ୍ଷ ରୋପଣ କରିବାକୁ ପଡ଼ିବ l ଏ

ଣୁ ଏକ ପେଡ ମାଁ କେ ନାମ୍ ରେ ସମସ୍ତେ ନିଷ୍ଠାପର ଭାବେ ସାମିଲ ହେବାକୁ ବିଧାୟକ ପରାମର୍ଶ ଦେଇଥିଲେ l ସଭାପତି ଭାଷଣରେ ଜିଲ୍ଲା ପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ସମସ୍ତ ଛାତ୍ର ଛାତ୍ରୀ ମାନେ ନିଜ ଘରେ ବୃକ୍ଷ ରୋପଣ କରିବାସହ ନିଜ ପିତା ମାତା ସାହି ପଡ଼ିଶାର ଜନସାଧାରଣ ମାନଙ୍କୁ ବୃକ୍ଷର ବର୍ତ୍ତମାନ ସମୟରେ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇ ମାନବ ସମାଜ ଠାରୁ ଆରମ୍ଭ କରି ସମସ୍ତ ଜୀବଜଗତ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ସୁସ୍ଥ ନିରୋଗୀ ଜୀବନ ଯାପନ ପାଇଁ ଆହ୍ଵାନ ଦେଇଥିଲେ l ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୁପଶ୍ରୀ ରାଣୀ ଗୁମାନ ସିଂହ ଏହି ଅଭିନବ ଯୋଜନା ଏକ ପେଡ ମାଁ କେ ନାମ୍ ଖୋର୍ଦ୍ଧା ଜିଲ୍ଲାକୁ ସବୁଜମୟ କରିବାକୁ ନିଶ୍ଚିତ ଭାବେ ସଫଳତା ଆଣିବ ବୋଲି ପ୍ରକାଶ କରିଥିଲେ l ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା,ଜ୍ୟୋତି ଶଙ୍କର ସାହୁ ପ୍ରଦାନ କରିଥିବା ବେଳେ ପଲ୍ଲା ତୋଟା ପଡ଼ା ସରପଞ୍ଚ ମନପ୍ରିତ୍ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି, ଯୁବ ସମାଜ, ଛାତ୍ର ସମାଜ, ବିଭାଗୀୟ ଅଧିକାରୀ ବୃନ୍ଦ, ବିଦ୍ୟାଳୟ ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *