ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ଖୋର୍ଦ୍ଧା ;- ୫୭ ନଂ ଖୋରଧା ବଲାଙ୍ଗୀର ଜାତୀୟ ରାଜପଥ ର ବାଘମାରି ଠାରେ ରାଜପଥରେ ଗର୍ତ୍ତ ଦେଖିବାକୁ ମିଳିଛି । ଯାହା ଫଳରେ ବାଇକୀ ଆରୋହୀ ବହୁତ୍ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଜାତୀୟ ରାଜପଥ ଦେଇ ପ୍ରତ୍ୟେକ ଦିନ ବହୁ ଲଘୁ ଯାନ ଓ ଭାରି ଯାନ ଯାତାୟାତ କରିଥାନ୍ତି । ଲାଇଟ୍ ହିଁ ତାଙ୍କୁ ବାଟ ଦେଖାଇ ..ରାତିରେ ରାସ୍ତା କୁ କେହି ଦେଖନ୍ତି ନାହିଁ ବୋଲି କିଛି ଚାଳକ କହିଛନ୍ତି ।

ରାସ୍ତା ମଝିରେ ଗର୍ତ୍ତ ଯୋଗୁ ଗତକାଲି ଏକ ବାଇକ୍ ଦୁର୍ଘଟଣା ର ସମ୍ମୁଖୀନ ହୋଇଛନ୍ତି । ଇଏ ଗୋଟିଏ ମାତ୍ର ଘଟଣା ନୁହେଁ । ପ୍ରତ୍ୟେକ ଦିନ ବିଭିନ୍ନ ଜାଗାରେ ଘଟୁଛି ଏଭଳି ଦୁର୍ଘଟଣା । ଖୋର୍ଦ୍ଧା ର ଚଣ୍ଡୀ ଚୁଆ ଠାରୁ ଜିଲ୍ଲା ହସ୍ପିଟାଲ ରାସ୍ତାର ମଧ୍ୟ ସମାନ ଅବସ୍ଥା । ରୋଡ ଟ୍ୟାକ୍ସ ଆଦାୟ ହେଉଥିବା କ୍ଷେତ୍ର ରେ କଣ ପାଇଁ ହେଉନି ରାସ୍ତାର ରକ୍ଷଣା ବେକ୍ଷଣ ସେଥିପାଇଁ ସୃଷ୍ଟି ହୋଇଛି ଘୋର ଜନ ଅସନ୍ତୋଷ । ଯଥାଶୀଘ୍ର ପ୍ରଶାସନ ଦୃଷ୍ଟି ଦେଇ ଜାତୀୟ ରାଜପଥ ର ବିଭିନ୍ନ ଜାଗାରେ ସୃଷ୍ଟି ହୋଇଥିବା ଗର୍ତ୍ତ ସିରିୟସ ରୀପେୟ।ର କରିବାକୁ ଦାବି ଯୋର ଧରିଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *