ଖୋର୍ଦ୍ଧା , (୨୮/୦୮): – ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଡିଙ୍ଗର ସୁବୁଦ୍ଧି ସାହିର ୟୁନିକ କ୍ଲବ୍ର ଉଦ୍ୟମରେ ମା ବାଟ ପନ୍ଥେଇ ମନ୍ଦିର ପ୍ରାଙ୍ଗଣରେ ମେଳା ଓ ସଙ୍କୀର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସୁବୁଦ୍ଧି ସାହି ଆୟୋଜକ ହିସାବରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଉତ୍ସବର ଅଂଶ ସ୍ଵରୂପ ଭାଗବତ ମେଳା ଓ ସଙ୍କୀର୍ତ୍ତନ ପାଇଁ ଡିଙ୍ଗର ଗ୍ରାମର ରଘୁନାଥ ସଙ୍କୀର୍ତ୍ତନ ମଣ୍ଡଳୀ ସହିତ ,ତରବାଲୁଆ ଓ ଢଁସର ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିଥିଲେ । ସାନ୍ନିହିକ ଅଞ୍ଚଳରୁ ମଧ୍ୟ ଅନେକ ଭକ୍ତ ଆସି ଏହି ଧାର୍ମିକ ମାହାତ୍ମ୍ୟର ସାକ୍ଷୀ ହୋଇଥିଲେ।ଭଜନ, କୀର୍ତ୍ତନ ଓ ଭକ୍ତିମୟ ପରିବେଶରେ ଗାଁ ଅଞ୍ଚଳ ପବିତ୍ରତାରେ ଭରିଯାଇଥିଲା। ଉତ୍ସବର ସୁଚାରୁ କାର୍ଯ୍ୟସାଧନରେ କ୍ଲବ୍ର ସଦସ୍ୟମାନଙ୍କ ସହିତ ଗାଁର ଯୁବକମାନେ ମଧ୍ୟ ସହଭାଗୀ ହୋଇଥିଲେ।

ଶେଷରେ ପ୍ରସାଦ ସେବନ କରି ଭକ୍ତ ମାନେ ଭାଗବତ ମେଳା ଓ ସଙ୍କୀର୍ତ୍ତନର ଆନନ୍ଦ ନେଇ ଥିଲେ ପ୍ରାୟ ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ ଭଜନ କୀର୍ତ୍ତନ ଚାଲୁରହିଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
