ଆଜି ଭୁବନେଶ୍ୱର ରେ ରାଜ୍ୟ ସମିତିସଭ୍ୟ ସଂଘର ବୈଠକ

ଭୁବନେଶ୍ଵର, :-  ଓଡ଼ିଶା ରାଜ୍ୟ ସମିତିସଭ୍ୟ/ ସଭ୍ୟା ସଂଘର ଏକ ଗୁରୁତ୍ବପୂର୍ଣ ବୈଠକ ସୋମବାର ଭୁବନେଶ୍ଵରସ୍ଥିତ ଗୀତଗୋବିନ୍ଦ ଭବନ ଠାରେ ଅନୁଷ୍ଠିତ ହେବ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଂଘ ସଭାପତି, ସମ୍ପାଦକ ଯୋଗଦେବେ ବୋଲି ରାଜ୍ୟ କମିଟିର ଉପ ସଭାପତି ବୈଦ୍ୟନାଥ ବେହେରା ସୂଚନା ଦେଇଛନ୍ତି । ସମିତିସଭ୍ୟ/ ସଭ୍ୟାମାନଙ୍କ ବିଭିନ୍ନ ମୌଳିକ ଅଧୂକାର ନେଇ ରାଜ୍ୟ ସରକାରଙ୍କୁ ୬ ଦଫା ଦାବିପତ୍ର ସଂଘ ପକ୍ଷରୁ ବାରମ୍ବାର ଦେଇଥିଲେ ମଧ୍ୟ ଏହାର କୌଣସି ବିଚାର କରାଯାଉନାହିଁ । ଏମିତିକି ସଂଘ ସହ ଆଜିପର୍ଯ୍ୟନ୍ତ ସରକାର ଆଲୋଚନା ମଧ୍ୟ କଲେ ନାହିଁ। ପଞ୍ଚାୟତ ନିର୍ବାଚନ ହୋଇ ୩ ବର୍ଷ ବିତିବ | ପୁଣି ନିର୍ବାଚନ ସମୟ ପାଖେଇ ଆସିଲାଣି । ଏହାକୁ ଦୃଷ୍ଟିରେ ରଖ୍ ଆଗକୁ କି ପଦକ୍ଷେପ ସଂଘ ନେବ ସେନେଇ ଗରୁତ୍ବପୂର୍ଣ୍ଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ସଂଘର ରାଜ୍ୟ ସଭାପତି ସମରେନ୍ଦ୍ର ଦୀକ୍ଷିତ, ସାଧାରଣ ସମ୍ପାଦକ ସୁନୀଲ ଘଣ୍ଟା ଅନ୍ୟ ସଦସ୍ୟ ଗଣ ଉପସ୍ଥିତ ରହିବେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *