ଛଣଗିରି : ବନ୍ଧୁକ, ବୋମା ଫୁଟାଇ ସୁନା ଦୋକାନରେ କଳାକନା ବୁଲାଇଲେ

ଖୋର୍ଦ୍ଧା,୨୪/୮: ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଆଜି ମଧ୍ୟାହ୍ନ ରେ ଲୁଟେରା ମାନେ ଆସି ଦୋକାନ ରୁ   ସର୍ବସ୍ବ ଲୁଟି ଥିବା ଜଣାପଡିଛି।୪ ଟି ପଲସର ବାଇକ ରେ ୮ ଜଣ ଦୁର୍ବୃତ ପିସ୍ତଲ ଓ ବୋମା ଫୁଟାଇ ଭୟଭୀତ ଦୋକାନରେ ଥିବା କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ପରେ ଦୋକାନରେ ଥିବା ସମସ୍ତ  ସୁନା ଅଳଙ୍କାର ଲୁଟ ନେଇଥିବା ସୂଚନା ମିଳିଛି ।

Advertisement

ଏହି ସମୟରେ ଦୋକାନରେ ନିକଟସ୍ଥ ସରପାରୀ ଗ୍ରାମର ରାଜା ପ୍ରଧାନ ନାମକ ଜଣେ ଯୁବକ ଦୋକାନରେ ଥିବାବେଳେ  ଲୁଟେରା ମାନେ ତାଙ୍କ ଗୋଡ଼କୁ ଏକ ଗୁଳି ମାରିଥିବାରୁ ସେ ଗୁରୁତର ଆହତ ହୋଇ ପଡିଥିବାର ଜଣାପଡିଛି। ପରେ ଲୁଟେରା ମାନେ ଦୋକାନ ବାହାରେ ଏକାଧିକ ବୋମା ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସୂଚନା ପାଇ ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ଓ ସାଇଣ୍ଟିଫିକ ଟିମ ର ତଦନ୍ତ ଜାରି ରଖିଛନ୍ତି। ଡକାୟତ ମାନେ ସମ୍ପୂର୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହି ଡକାୟତି କରିଥିବା ଆଲୋଚନା ହେଉଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *