ଉଦିତଙ୍କ ଉପ ଉପରେ ଯେଉଁ ଅଭିଯୋଗ ଆସିଛି, ତାହା ଅତ୍ୟନ୍ତ ସଙ୍ଗୀନ ଅଟେ
ଭୁବନେଶ୍ୱର:- ୨୧ /୦୭ -ଯୁବତୀଙ୍କୁ ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତିଙ୍କ ଗିରଫ ପ୍ରସଙ୍ଗରେ ବିଜୁ ଜନତା ଦଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଇପ୍ସୀତା ସାହୁ କହିଥିଲେ, କଂଗ୍ରେସ ଦଳର ଛାତ୍ର ସଭାପତି ଉଦିତ ପ୍ରଧାନଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହା ଅତ୍ୟନ୍ତ ସଙ୍ଗୀନ ଅଟେ । ପୀଡ଼ିତା ମହିଳାଙ୍କ ଅଭିଯୋଗ ଆଧାରରେ ସରକାର ନିରପେକ୍ଷ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାର ବ୍ୟବସ୍ଥା କରନ୍ତୁ । କେବଳ ଏହି ଘଟଣା ନୁହେଁ, ସମଗ୍ର ରାଜ୍ୟରେ ଯେଉଁଠି ନାରୀମାନଙ୍କ ଉପରେ ଅତ୍ୟାଚାର ହେଉଛି, ପ୍ରତ୍ୟେକ କ୍ଷେତ୍ରରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ସହିତ ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ମୁଖପାତ୍ର ଶ୍ରୀମତୀ ସାହୁ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now