ଖୋର୍ଦ୍ଧା: -୧୬ନଂ ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମଳିପଡ଼ା ଛକ ନିକଟରେ ଏକ ଗଛରେ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖୁବାକୁ ମିଳିଛି । ମଳିପଡ଼ାରୁ ଦଲକ ଯିବା ରାସ୍ତା ର କଡ଼ରେ ଥୂବା ଏକ ଏକ ଗଛରେ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖ୍ ପୁଲିସକୁ ସୂଚନା ଦେଇଥିଲେ I

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଆଇଆଇସି ସୁଶାନ୍ତ କୁ କୁମାର ବେହେରା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଶବ ଟିର ପରିଚୟ ମିଳିପାରି ନାହିଁ । ଶବ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି ପୁଲିସ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
