ଖୋର୍ଦ୍ଧା: – ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶନା ଓ ସଦର ରେଞ୍ଜ ଅଧିକାରୀ ରାଧାକାନ୍ତ ଭୋଇଙ୍କ ତତ୍ବାବଧାନରେ ବେଗୁନିଆ ଅବକାରୀ ଥାନା ଅଂଚଳର ତିନୋଟି ସ୍ଥାନରେ ଚଢାଉ ହୋଇଛି। ଏଥିରୁ ମୋଟ ୧୧୦ ଲିଟର ଦେଶୀ ମଦ ଜବତ ସହ ଏକ ସ୍କୁଟିକୁ ଜବତ କରିଥିବା ବେଳେ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବେଗୁନିଆ ଅବକାରୀ ଥାନା ପୁଲିସ ଉପନୀରିକ୍ଷକ ସଞ୍ଜୟ କୁମାର ସୁବୁଦ୍ଧିଙ୍କ ସୂଚନା ଅନୁଯାୟୀ ସିକୋ ଗ୍ରାମର ବୈକୁଣ୍ଠ ବାରିକଙ୍କ ଠାରୁ ୪୫ ଲିଟର, ଗୋବିନ୍ଦପୁର ଗ୍ରାମର ଗୌରାଙ୍ଗ ସେଠୀଙ୍କ ୨୫ ଲିଟର ଦେଶୀ ମଦ ଜବତ ସହ ସ୍କୁଟି, ମୁକ୍ତାପୁର ଗ୍ରାମର ରଞ୍ଜନ ନାୟକଙ୍କ ଠାରୁ ୪୦ ଲିଟର ଦେଶୀ ମଦ ଜବତ କରିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now