ବିଧାୟକ ତଥା ମହାନ୍ ସ୍ଵାଧିନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ପାଇକରାୟ ଙ୍କ ୧୧୧ ତମ ଜନ୍ମଜୟନ୍ତୀ ପାଳିତ

ଗଙ୍ଗାଧର ପାଇକରାୟ ଆମ ପାଇଁ ଓ ସମଗ୍ର ଓଡ଼ିଶା ପାଇଁ ଜଣେ ଆଦର୍ଶ ବିଧାୟକ ଥିଲେ

ଗରିବ ,ଚାଷୀ , ଖଟିଖିଆ ମେହେନତି ମଣିଷ ମାନଙ୍କର ପାଇଁ ସମର୍ପିତ ଥିଲେ ସ୍ବର୍ଗତ  ପାଇକରାୟ

Advertisement

ବୋଲଗଡ,(୧୨/୦୭): – ଖୋର୍ଦ୍ଧା ଜ଼ିଲ୍ଲା ବୋଲଗଡ଼ ବ୍ଲକ ର କବିତୀର୍ଥ ସାନପଦର ଗ୍ରାମ ର ସୁଯୋଗ୍ୟ ସନ୍ତାନ ,ବିଶିଷ୍ଟ କୃଷକନେତା ,ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀ ର ୪ ଥର ବିଧାୟକ ତଥା ମହାନ୍ ସ୍ଵାଧିନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ପାଇକରାୟ ଙ୍କ ୧୧୧ ତମ ଜନ୍ମଜୟନ୍ତୀ ସମାରୋହ ଭକ୍ତଚରଣ ସ୍ମୃତି ସଦନ ଠାରେ ସଭାପତି ଶ୍ରୀକାନ୍ତ କୁମାର ନାୟକ ଙ୍କ ପୌରୋହିତ୍ୟ ରେ ଓ ସମାଜସେବୀ ଅଜୟ ମଙ୍ଗରାଜ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଯୋଗଦେଇ ସ୍ବର୍ଗତ ଗଙ୍ଗାଧର ପାଇକରାୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସ୍ଵାଧୀନତା ଆନ୍ଦୋଳନ ରେ ଭାଗ ନେଇ କାରାବରଣ କରିଥିଲେ ଯାହା ତାଙ୍କର ଦେଶପ୍ରେମ କୁ ପରିଚୟ ଦିଏ ଓ ପୂର୍ବତନ ବିଧାୟକ ଭାବେ ବେଗୁନିଆ ବୋଲଗଡ ମାଟିର ଚାରି ଚାରି ଥର ବିଧାୟକ ହୋଇ ସେ ମା ମାଟିର ସେବା କରି ଆମ ମାଟି ର ଗୌରବ କୁ ବୃଦ୍ଧି କରିଛନ୍ତି ଯାହା ଆଜି ତାଙ୍କୁ ଲୋକ ଲୋଚନ ରେ ଅମର କରି ରଖିଛି। ମୁଖ୍ୟବକ୍ତା ଜଟଣୀ ବ୍ଲକ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର ଯୋଗଦେଇ ଗଙ୍ଗାଧର ପାଇକରାୟ ଆମ ପାଇଁ ଓ ସମଗ୍ର ଓଡ଼ିଶା ପାଇଁ ଜଣେ ଆଦର୍ଶ ବିଧାୟକ ବୋଲି କହିବା ସହ ତାଙ୍କର ଜୀବନ ଗରିବ ,ଚାଷୀ , ଖଟିଖିଆ ମେହେନତି ମଣିଷ ମାନଙ୍କର ପାଇଁ ସମର୍ପିତ ବୋଲି କହିଥିଲେ । କାର୍ଯ୍ୟକ୍ରମ ର ଆରମ୍ଭ ରେ ଭକ୍ତଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଦୁର୍ଗାପ୍ରସାଦ ସୁବୁଦ୍ଧି ସ୍ବାଗତ ଭାଷଣ ଦେଇଥିଲେ, ଗ୍ରାମ୍ୟ କମିଟି ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଅତିଥି ପରିଚୟ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର ,ପ୍ରାକ୍ତନ ଆକାଉଣ୍ଟ ଅଧିକାରୀ ତ୍ରିଲୋଚନ ମହାନ୍ତି , ଶିକ୍ଷକ ନେତା ସୁକାନ୍ତ କୁମାର ଜେନା, ଶିକ୍ଷକ ସୁସ୍ମିକାନ୍ତ ନାୟକ , ବିଜୟ କୁମାର ଗୁମାନସିଂହ, ଅନୁପମା ବଳିଆର ସିଂହ,ଦେବୀପ୍ରସାଦ ସିଂହ , ଅଜୟ କୁମାର ଦଳବେହେରା, ପ୍ରମୁଖ ଗଙ୍ଗାଧର ପାଇକରାୟ ଙ୍କ ର ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କର ନିର୍ଭୀକତା , ସାହସିକତା , କାର୍ଯ୍ୟାବଳୀ , ନୀତି ଆଦର୍ଶ , ଚାରି ଥର ବିଧାୟକ ଭାବେ ତାଙ୍କର ଉନ୍ନତି ମୂଳକ କାର୍ଯ୍ୟ ସମ୍ବନ୍ଧ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷ ରେ ଗ୍ରାମ କମିଟି ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବେଗୁନିଆ ,ବୋଲଗଡ ରାସୋଳ,ଚମ୍ପାଇଲ , ପିଚୁକୁଳି ବାୟାପଲ୍ଲୀ,ସାନପଦର ଗ୍ରାମ କୁ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *