ରଣପୁର,(୦୯/୦୨): – ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ମ୍ୟାଚରେ ପପୁଲାର କ୍ଲବ ଢେଙ୍କାନାଳ ଓ ଭଞ୍ଜନଗର ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ବିଜେପି ନୟାଗଡ ଜିଲ୍ଲା ସଭାପତି ତାପସ ମାର୍ଥା , ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ନୟାଗଡ ଜିଲ୍ଲା ଯୋଗାଣ ଅଧିକାରୀ ମୁରଲୀ କ୍ରୀଷ୍ଣା ରାଓ, ସମାଜ ସେବୀ ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ମ୍ୟାଚରେ ଅତିଥିମାନେ ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ଗୋବିନ୍ଦ ଚନ୍ଦ୍ର ସାହୁ , ୱାହିଦ୍ ଖାଁ , ଆସଫ ଅଲ୍ଲୀ , ଇଦ୍ରିଶି ଖାଁ , କ୍ଲବ ସମ୍ପାଦକ ଫକୃଦିନିଁ ବେଗ , ଧନେଶ୍ଵର ସାହୁ ଓ ଅନ୍ୟ ସଦସ୍ୟମାନେ ପଡିଆ ମଧ୍ୟରେ ଖେଳାଳୀ ମାନଙ୍କ ସହ କରମର୍ଦନ କରି ଉତ୍ତମ ଓ ସୁନ୍ଦର ଖେଳ ପ୍ରଦର୍ଶନ କରିବା ପାଇଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚରେ ପପୁଲାର କ୍ଲବ ଢେଙ୍କାନାଳ ଓ ଭଞ୍ଜନଗର ଏକାଡେମୀ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ କୌଣସି ଦଳ କେହି କାହାରିକୁ ଗୋଲ ସ୍କୋର କରିପାରି ନଥିବା ବେଳେ ଖେଳର ଦିତୀୟାର୍ଦ୍ଧରେ ଢେଙ୍କାନାଳ ପକ୍ଷରୁ ୯ ନମ୍ବର ଖେଳାଳି କାଳିଆ ପେନାଲ୍ଟି କିକ ମାରି ଏକ ଗୋଲ କରି ଥିବା ବେଳେ ଭଞ୍ଜନଗର ପକ୍ଷରୁ ୫ନମ୍ବର ଖେଳାଳି ଗୋଟିଏ ଗୋଲ ସ୍କୋର କରି ୧-୧ ଗୋଲରେ ଟ୍ରାଏ ବ୍ରେକର ହୋଇ ଥିଲା ।ତେବେ ପପୁଲାର କ୍ଲବ ଢେଙ୍କାନାଳ ୩-୧ ଗୋଲରେ ବିଜୟୀ ହୋଇଛି। ଏହି ମ୍ୟାଚର ମୁଖ୍ୟ ରେଫରି ଆଲୋକ ଦେହୁରୀଙ୍କ ସହିତ ଶିବ ଦେହୁରୀ ଓ ବୈକୁଣ୍ଠ ମାହାପାତ୍ର ଲାଇନରେ ରହି ସହାୟତା କରିଥିବା ବେଳେ ଚତୁର୍ଥ ରେଫରି ଭାବେ ଆଲୋକ ରଣା ଏବଂ ମ୍ୟାଚ କମିଶନର ସଦାଶିବ ସାହୁ ମ୍ୟାଚକୁ ପରିଚାଳନା କରିଥିଲେ । ଏହି ମ୍ୟାଚକୁ ଦେଖିବା ପାଇଁ ସ୍ଥାନୀୟ ବିଭିନ୍ନ ଅଞ୍ଚଳର ଶତାଧିକ ଦର୍ଶକ ଆସି ଥିଲେ । ଆସନ୍ତା ମ୍ୟାଚରେ ସାନ୍ କ୍ଲବ ଭୁବନେଶ୍ୱର ଓ ରଘୁନାଥ କ୍ଲବ ଟାଙ୍ଗୀ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ମିଳିଛି। ଏଥିରେ ଉପସ୍ଥାପକ ଭାବେ ବଲ୍ଲଭ କୁମାର ପ୍ରଧାନ ଫୁଟବଲ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now