ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଆଜି ଦର୍ଶନ କରିପାରିଲେନି ପ୍ରଭୁଙ୍କୁ

ପୁରୀ :- ଆଜି ହେଉଛି ପବିତ୍ର ଗୁଣ୍ଡିଚା ଯାତ୍ରା । ଶ୍ରଦ୍ଧାଳୁ ମାନେ ଅପେକ୍ଷା କରିଥାନ୍ତି ଏହି ଦିନକୁ । କେବେ ରଥ ଯାତ୍ରା ହେବ ମହାପ୍ରଭୁ ରଥ ରେ ବିରାଜମାନ ହେବେ ଶ୍ରଦ୍ଧାଳୁ ମାନେ ବଡ଼ ଦାଣ୍ଡରେ ଦର୍ଶନ କରି ଆଶିଷ ଲାଭ କରିବେ ଜଗତ ର ନାଥ ଜଗନ୍ନାଥ ଙ୍କୁ ।ଇତିହାସ ଦେଖିନଥିଲା ଏପରି ଅବ୍ୟବସ୍ଥା, ମହାପ୍ରଭୁଙ୍କ ନନ୍ଦିଘୋଷ ଗଡ଼ିପାରିଲା ନାହିଁ। ବଡ଼ ଠାକୁରଙ୍କ ରଥ ବାରମ୍ବାର ମୋଡ଼ ନେଉଥିଲା। ଅବିସ୍ମରଣୀୟ ରଥଯାତ୍ରା କରିବାକୁ ସରକାର ଯେଉଁ ଅହଂକାର ଦେଖାଇଥିଲେ, ତା’ର ଫଳ ଆଜି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ଦେଇଛି।



ପହଣ୍ଡିରୁ ରଥଟଣା ପର୍ଯ୍ୟନ୍ତ ସବୁସ୍ତରରେ ଯାବତୀୟ ବିଶୃଙ୍ଖଳା। ଶହ ଶହ ସଂଖ୍ୟାରେ ଭକ୍ତ ଆହତ ହେବା, ସାମ୍ବାଦିକଙ୍କୁ ମାଡ଼ ମାରିବା, ମନଇଚ୍ଛା କର୍ଡନ୍ ପାସ୍ ବାଣ୍ଟିବା କ’ଣ ଡବଲ୍ ଇଞ୍ଜିନ୍ ସରକାରର ଅବିସ୍ମରଣୀୟ ରଥଯାତ୍ରାର ଅଂଶବିଶେଷ କି?



ରାଜ୍ୟ ସରକାର ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଆୟୋଜନ କରିବାକୁ ମଧ୍ୟ ଅସମର୍ଥ। ଅହଂକାର ପରିତ୍ୟାଗ କରି ରଥଯାତ୍ରାର ଅନ୍ୟ ସବୁ ନୀତିକାନ୍ତି କିଭଳି ସୁରୁଖୁରୁରେ ସରିବ ସେନେଇ ସରକାର ଯତ୍ନବାନ ହୋଇ କାର୍ଯ୍ୟ କରନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *