ବିଦ୍ୟାଳୟ ଫାଟକ ସମ୍ମୁଖ ରେ ଜମୁଛି ପାଣି
ପ୍ରଶାସନ ନୀରବଦ୍ରଷ୍ଟା

ଖୋର୍ଦ୍ଧା  :- (ଶୁଭ ଖବର)ଆଉ ଦୁଇଦିନ ପରେ ଖୋଲିବ ବିଦ୍ୟାଳୟ । ମାତ୍ର ଝିପି ଝିପି ବର୍ଷାରେ ପାଣି ଜମୁଛି ବିଦ୍ୟାଳୟ ଆଗରେ । ଆଗକୁ ବର୍ଷା ଋତୁ ମୁଶଳ ଧାରାରେ ବର୍ଷିବ ।ପିଲାମାନେ ଯାଇ ପାରିବେ ନାହିଁ ବିଦ୍ୟାଳୟ ଭିତରକୁ । ଦିତୀୟତଃ  ଏହି ରାସ୍ତାଟି ହେଉଛି ଦୁଇଟି ଗ୍ରାମର ମୁଖ୍ୟ ରାସ୍ତା । ଲୋକ ମାନଙ୍କର ଯିବା ଆସିବାରେ ବହୁତ୍ ଅସୁବିଧା ହେବ ।



ସୂଚନାଯୋଗ୍ୟ ଯେ ବେଗୁନିଆ ବ୍ଲକ୍  ର ପୋଡ଼ାଡିହ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୀନିଆରି ଓ ନିଳକଣ୍ଠପୁର ର  ଘଟଣା । ସିମୋର -ବାଙ୍କୀ ପୂର୍ତ୍ତ ବିଭାଗ ରାସ୍ତା କୁ ସଂଲଗ୍ନ ଉପରୋକ୍ତ ଦୁଇଟି ଗାଁ କୁ ସଂଲଗ୍ନ ମୁଖ୍ୟ ରାସ୍ତା । ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଉନ୍ନତିକରଣ ସତ୍ତ୍ୱେ ରାସ୍ତାଟି ଉଚା ହୋଇଯିବା ଫଳରେ ଘଟୁଛି ଏ ଘଟଣା। ଏଥି ପାଇଁ ସୃଷ୍ଟି ହେଉଛି ଜନ ଅସନ୍ତୋଷ । ବାରମ୍ବାର ଗ୍ରାମବାସୀ ଉପରିସ୍ଥ ଅଧିକାରୀଙ୍କୁ ଭେଟିବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳୁନି ।ସରକାରଙ୍କ ପଞ୍ଚାୟତି ରାଜ, ପୂର୍ତ୍ତ ବିଭାଗ ଏ ଦୃଷ୍ଟିଦେଲେ ଏହା ସମାଧାନ ହୋଇପାରିବ ।ତୁରନ୍ତ ପ୍ରଶାସନିକ ପଦକ୍ଷେପ ନେଇ ଏ ସମସ୍ୟାର ସମାଧାନ କରିବା ପାଇଁ ଦୁଇ ଗ୍ରାମର ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *