ଭୁବନେଶ୍ଵର :- (ଶୁଭ ଖବର)ସୁସ୍ଥ ରହିବା ପାଇଁ କିଏ ବା ନ ଚାହେଁ । ଶରୀର ସୁସ୍ଥ ରହିଲେ ସବୁ କାମ କରିବାକୁ ଫୂର୍ତ୍ତି ଅନୁଭବ ହୋଇଥାଏ । ସୁସ୍ଥ ଶରୀର ପାଇଁ ମଣିଷ ବହୁତ ପ୍ରକାର କାର୍ଯ୍ୟ କରିଥାଏ । ବର୍ତ୍ତମାନ ସମୟର ଲୋକମାନେ ସେଥି ପ୍ରତି ଖୁବ୍ ଧ୍ୟାନ ଦେଉଛନ୍ତି । କାହିଁନା ସେମାନେ ବୁଝିଛନ୍ତି ଯେ, ଯଦି ଶରୀର ଥରେ ଖରାପ ହେବ ତା’ ପାଇଁ ସମୟ ଲାଗିଥାଏ । ଯାହା ଫଳରେ ଆମ ଶରୀର ଦିନକୁ ଦିନ ଦୁର୍ବଳ ହୋଇଯାଏ । ଦୁର୍ବଳ ହେବା କାରଣରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଏହି ସ୍ଥିତିରେ ଆପଣ କିପରି ସୁସ୍ଥ ରହିବେ ଏବଂ କ’ଣ ଖାଇବା ଦ୍ବାରା ସ୍ୱାସ୍ଥ୍ୟ ଭଲ ରହିବ ଆସନ୍ତୁ ଜାଣିବା ।
ମଣିଷ ବଞ୍ଚିବା ପାଇଁ ବହୁତ ପ୍ରକାରର ଖାଦ୍ୟ ଖାଇଥାନ୍ତି । କିନ୍ତୁ ଆପଣଙ୍କୁ ଜାଣିବା ଦରକାର୍ ଯେ ଆମ ସୁସ୍ଥ ଶରୀର ପାଇଁ ପ୍ରୋଟିନଯୁକ୍ତ ଖାଇବା ଉଚିତ୍ । ସବୁ ଖାଇବା ମଧ୍ୟ ଶରୀରକୁ ସୁଟ୍ କରିନଥାଏ । ଯାହା ଫଳରେ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଯେମିତିକି ଗ୍ୟାସ୍ ଠାରୁ ଆରମ୍ଭ କରି ପାଚନ ପ୍ରକ୍ରିୟା ଭଳି ସମସ୍ୟା ଆରମ୍ଭ ହୋଇଥାଏ । କିନ୍ତୁ ସୁସ୍ଥ ରହିବା ପାଇଁ ଆପଣଙ୍କୁ ଖାଦ୍ୟରେ କିଛି ଡ୍ରାଏ ଫ୍ରୁଟ୍ସ ସାମିଲ୍ କରିବାକୁ ପଡିଥାଏ ।
ଅନେକ ଲୋକ ପ୍ରାୟତଃ ଡ୍ରାଏଫ୍ରୁଟ ମଧ୍ୟରେ ଖଜୁରୀକୁ ବେଶୀ ବ୍ୟବହାର କରିଥାନ୍ତି । ଏହି ଡ୍ରାଏ ଫ୍ରୁଟକୁ ମଧ୍ୟ ସ୍ବାସ୍ଥ୍ୟ ପାଇଁ ହିତକର ବୋଲି ମାନାଯାଇଥାଏ । ଏହା ଦେହ ପାଇଁ ଯେତିକି ହିତକର ପାଟିକୁ ମଧ୍ୟ ସେତିକି ସ୍ବାଦିଷ୍ଟ ଲାଗିଥାଏ । ତେଣୁ ଖଜୁରୀକୁ ଖାଇବାକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ଏହାକୁ ଖାଇବା ଦ୍ବାରା ଅନେକ ସମସ୍ୟାକୁ ଦୂର କରିଦେଇଥାଏ । ଏଥିରେ ପୁଷ୍ଟିସାର ଗୁଣ ଭରପୁର ମାତ୍ରାରେ ଥିବାରୁ ଏହାକୁ ଦିନକୁ ୨ଟି ଖାଇବା ଦ୍ବାରା ଶକ୍ତିଶାଳୀ ଅନୁଭବ ହୁଏ । ଏହା ଆମ ସ୍ବାସ୍ଥ୍ୟ ପାଇଁ କେଉଁ ସବୁ ପ୍ରଭାବ ପକାଇଥାଏ ତେବେ ଆସନ୍ତୁ ଜାଣିବା ।

ଥକାପଣ ଦୂର କରେ :
ପ୍ରତିଦିନ ୨ ଟି ଖଜୁରୀକୁ ପାଣିରେ ଭିଜାଇ ଖାଇବା ଦ୍ବାରା ଶରୀରରେ ଥିବା ଥକାପଣକୁ ତୁରନ୍ତ ଦୂର କରିଥାଏ । ଯାହା ଶକ୍ତିଶାଳୀ ଅନୁଭବ କରିଥାଏ ।
ଇମ୍ୟୁନିଟି ପାୱାରରେ ବୃଦ୍ଧି :
ଖଜୁରୀରେ ଆଇରନ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ମିନେରାଲ ଭରପୁର ମାତ୍ରାରେ ରହିଥାଏ । ଏଥିରେ ଥିବା ପୋଷକ ତତ୍ତ୍ବ ରୋଗପ୍ରତିଣୋଧକ ଶକ୍ତିକୁ ବଢାଇଥାଏ । ଏହା ସହିତ କାଶ, ଥଣ୍ଡା ଏବଂ ସଂକ୍ରମିତ ରୋଗଠାରୁ ରକ୍ଷା କରିଥାଏ ।

ହାଡ଼କୁ ମଜବୁତ କରେ :
ବୟସ ବଢିବା ସହିତ ମଣିଷ ମଧ୍ୟ ଦୁର୍ବଳ ହୋଇଯାଏ । ଏଥିରେ ଥିବା କ୍ୟାଲସିୟମ ଏବଂ ଫସଫରସ ଗୁଣ କାରଣରୁ ହାଡ଼ ମଜବୁତ କରିବାରେ ସହାୟକ ହୋଇଥାଏ । ଆଣ୍ଠୁଗଣ୍ଠି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ହାର୍ଟକୁ ସୁସ୍ଥ ରଖେ :
ଖଜୁରୀରେ ପୋଟାସିୟମ ମାତ୍ରା ଅଧିକ ଥିବାରୁ ରକ୍ତଚାପକୁ ନିୟନ୍ତ୍ରଣ ରଖିବା ସହିତ ହାର୍ଟ ଜନିତ ସମସ୍ୟାର ଆଶଙ୍କାକୁ ମଧ୍ୟ କମ୍ କରିଥାଏ । ହାର୍ଟ ରୋଗୀଙ୍କ ପାଇଁ ଲାଭଦାୟୀ ବୋଲି କୁହାଯାଇଥାଏ ।
ରକ୍ତହୀନତା ଦୂର କରେ :
ଏଥିରେ ଥିବା ଆଇରନ୍ ଆମ ରକ୍ତହୀନତା ସମସ୍ୟାକୁ ଦୂର କରିଥାଏ । ଏହାକୁ ଖାଇବା ଦ୍ବାରା ଶରୀରରେ ରକ୍ତର ମାତ୍ରାକୁ ବଢାଇଥାଏ । ବିଶେଷ କରି ଏନିମିଆ ରୋଗୀ ଏବଂ ମହିଳାଙ୍କୁ ଅନେକ ଫାଇଦା ଦେଇଥାଏ ।

ଖଜୁରୀ ଏକ ସାମାନ୍ୟ ଡ୍ରାଏଫ୍ରୁଟ ନୁହେଁ । ବରଂ ଏହା ବୁଷ୍ଟର ଭଳି ହୋଇଥାଏ । ଏହାକୁ ଆପଣ ପ୍ରତିଦିନ କ୍ଷୀରରେ କିମ୍ବା ପାଣିରେ ଭିଜାଇ ଖାଇପାରିବେ । ଯାହା ଶରୀର ପାଇଁ ବରଦାନ ସଦୃଶ କାମ କରିଥାଏ । ତେବେ ଆପଣ ଯେତେବେଳେ ବି ମାର୍କେଟକୁ ଯିବେ ସଉଦାରେ ନିଶ୍ଚୟ ଖଜୁରୀକୁ ସାମିଲ କରନ୍ତୁ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now